ବାଲିଗୁଡା ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଜପେିର ଯୁବ ମୋର୍ଚ୍ଚ ତରଫରୁ ଆଜି ବାଲିଗୁଡା ଥାନା ଆଗରେ ବିକ୍ଷୋଭ ପଦର୍ଶନି କରିଛନ୍ତି । ଏହି ବିକ୍ଷୋଭ ନିମନ୍ତେ ସ୍ଥାନୀୟ ଗାନ୍ଧିି ଛକ ନିକଟରୁ ବିଜେପି କର୍ମିମାନେ ଏକତ୍ରିତ ହୋଇ ହାତରେ ବ୍ୟାନର ଓଧରି ଥାନା ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଥିଲେ । ଏହି ଶୋଭାଯାତ୍ରାରେ ରାଜ୍ୟ ସରକାର ବିରୋଧରେ ଶ୍ୱର ଉଠାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନିତି ବିରଧରେ ସ୍ୱର ଉଠାଇଲେ ମଣିଷ ମାରୁଛି ବିଜେଡି ମାହାଙ୍ଗା ଡବଲ ମଡର ଘଟଣାରେ ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଓ ସମସ୍ତ ଅପରାଧୀଙ୍କୁ ଗିରଫ ଦାବୀରେ ବିକ୍ଷୋଭ ପଦର୍ଶନି କରିବା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଷପତିଳିକା ଦାହ କରିଥିଲେ ଓ ନାରାବାଜିରେ ନବୀନ ପଟ୍ଟନାୟକ ହାଏହାଏ ୨୦ ବର୍ଷର ଗୁଣ୍ଡାରାଜ ସରକାର ତୁରନ୍ତ ଗାଦୀ ଛାଡନ୍ତୁ ବୋଲି କହିଛନ୍ତି । ବିଜପିର କର୍ମି ଦେବେନ୍ଦ୍ର କୁଦେଇ,ଅଭୟ କୁମାର ପାତ୍ର,ରମଣ,ଶୁଭାସିସ ମିଶ୍ର,ଆସିଶ ସାହୁ ଓ ଅନ୍ୟମାନେ ଏହି ବିକ୍ଷୋଭରେ ସାମିଲ ଥିଲେ ।


