ମାହାଙ୍ଗର ଦୁଇ ବିଜେପିନେତାଙ୍କ ହତ୍ୟା ଘଟଣା ପ୍ରତିବାଦରେ ବିଜେପିର ସଦର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନ୍ୟ ୧୩ଜଣ ବିଜେଡିନେତାଙ୍କ ଗିରଫଦାରୀ ମନ୍ତ୍ରୀଙ୍କୁ ବରଖାସ୍ତ୍ର ଦାବିରେ କେନ୍ଦ୍ରାପଡା ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ସଦର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରାଯାଇଛି । କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂଯୋଜକ ବିନ୍ଦୁ ସାଗର ଦାସଙ୍କ ନେତୃତ୍ୱରେ ବିଜେପି ଯୁବନେତା ଅଭିମନ୍ୟୁ ଗୋଛାୟତ, ମୁକ୍ତିକାନ୍ତ ସ୍ୱାଇଁ, ଦିଲ୍ଲିପ ଦାସ, କ୍ରିଷ୍ଣପଦ ମଣ୍ଡଳ, ସନ୍ଦୀପନି ଆର୍ଯ୍ୟକୁମାର, ଲୋକନାଥ ବିଶ୍ୱାଳ, ରତିରଞ୍ଜନ ଜେନା, ବାସୁଦେବ ତ୍ରିପାଠୀ, ବିକ୍ରମ ସେଠୀ, ରବିନ୍ଦ୍ର ଦାସ, ସୁନିଲ କୁମାର ଦାସ, ସୋରେନ ସାମଲ, ଇନ୍ଦ୍ରମଣି ସାହୁ, ବାବୁସାନ ଦାସ, ରୋନିତ ଦାସ, ସୈାରଭ ଦାସ, ସୁକାନ୍ତ ପ୍ରଧାନ, ବିକାଶ ପରିଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ନାରାବାଜି କରିବା ସହ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତଦନ୍ତ ପରିସରକୁ ନେବା ସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତଳିକା ଦାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ