ଯୁବ ଇଂ କମଳେଶ ବଳଙ୍କୁ ମୟୂରଭଞ୍ଜ ୨-ବିଜୁଛାତ୍ର ଜନତା ଉପସଭାପତି ମନୋନୀତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ପୁରୁଣାଘାଟି ୱାର୍ଡର ଯୁବ ଇଂ କମଲେଶ ବଳଙ୍କୁ ରାଜ୍ଯ ବିଜୁଛାତ୍ର ଜନତା ସଭାପତି ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ ମୟୂରଭଞ୍ଜ ୨-ବିଜୁଛାତ୍ର ଜନତା ସଭାପତି ଭାବେ ମନୋନୀତ କରିଛନ୍ତି । ଇଂ କମଳେଂମଶ ବଳ ଜଣେ ରାଇରଙ୍ଗପୁର ଅଂଚଳର ଯୁବ ସମାଜସେବୀ ଓ ରକ୍ତଦାତା ଭାବେ ପରିଚିତ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସେ ସଂଶ୍ଳିଷ୍ଟ ଅଛନ୍ତି ।ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି ।ପିଲାଟି ଦିନରୁ ସେ ସମାଜ ସେବା ପ୍ରତି ଆଗ୍ରହ ରଖିଥିଲେ । ସେ ମଧ୍ୟ ରାଇରଙ୍ଗପୁର ପୌରାଞ୍ଚଳର ବିଜୁ ଯୁବ ବାହିନୀ ସଭାପତି ଭାବେ ଦାୟିତ୍ବର ସହ କାର୍ଯ୍ଯ ନିଭାଇଥିଲେ ।ଗତ ୫ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ଯୁବ ସୈନିକ ଭାବେ ଦଳ ତରଫରୁ ଦିଆଯାଇଥିବା ସମସ୍ତ ଦାୟିତ୍ବକୁ ସୁଚାରୁରୂପେ ନିଭାଇ ଥିଲେ ।ତାଙ୍କର ଗତ ୫ ବର୍ଷର କାର୍ଯ୍ଯଶେଳୀକୁ ପରଖି ଦଳ ତରଫରୁ ତାଙ୍କୁ ମୟୂରଭଞ୍ଜ ୨- ବିଜୁ ଛାତ୍ର ଜନତା ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଛି ।ବିଜୁ ଛାତ୍ର ଜନତାକୁ ସଶକ୍ତ କରିବା ପାଇଁ ସେବଦ୍ଧ ପରିକର ।ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆ ଯାଇଥିବାରୁ ସେ ମାନ୍ୟବର ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ, ବିଜେଡି ରାଜ୍ଯ ସାଂଗଠନିକ ସଂପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ- ପ୍ରବଣ ପ୍ରକାଶ ଦାସ,ରାଜ୍ୟ ବିଜୁ ଯୁବଜନତା ସଭାପତି ବ୍ଯୋମ ପ୍ରକାଶ ରାୟ,ରାଜ୍ଯମାନଙ୍କ ବିଜୁ ଛାତ୍ର ଜନତା ସଭାପତି ଦେବୀ ରଂଜନ ତ୍ରିପାଠୀ,ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ,ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯାବେକ୍ଷକ ମୁକ୍ତୀକାନ୍ତ ମଣ୍ଡଳ,ମୟୂରଭଞ୍ଜ- ୨ ଜିଲ୍ଲା ସଭାପତି କାଶିନାଥ ହେମ୍ରମଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଦଳ ଯେଉଠି ଦାୟିତ୍ବ ଦିଆଯିବ ତାହାକୂ ନିଶ୍ଚିତ ଭାବେ ନିଷ୍ଠାର ସହ ତୂଲାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


