ଖଜୁରିପଡ଼।ରେ “ଦମନ” କାର୍ଯ୍ୟକ୍ରମ
ଚିକିଟି,(କୁରେଶୁ ସାହୁ): ଆଜି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏବଂ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ମନୋଜ ପାଢ଼ୀ ଙ୍କ ନିର୍ଦେଶ କ୍ରମେ ଚିକିଟି ବ୍ଲକ ର ଚାନ୍ଦପୁର ପଂଚାୟତ ର ଦୁର୍ଗମ ଅଂଚଳ ଖଜୁରୀପଡା ଗ୍ରାମ ରେ ଦମନ ଶିବିର ଅନୁଷ୍ଠିତ ହୋଇଥିଲା, ଗ୍ରାମ ର ସମସ୍ତ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସମସ୍ତଙ୍କୁ ମ୍ୟାଲେରିଆ ନିମନ୍ତେ ରକ୍ତ ପରୀକ୍ଷା କରାଯାଇଥିଲା,ଶିବିର ରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଡ଼କ୍ଟର ପି, ତ୍ରିବେଣୀ, ଲାବ୍ରୋଟେରି ଟ୍ୱେକ ନିସିଆନ ସୁନୀଲ କୁମାର ପଟ୍ଟନାୟକ, ସ୍ୱାସ୍ଥ୍ୟ କର୍ମୀ ଚିତ୍ରା ରେଖା ଜେନା, ଅଙ୍ଗନବାଡି ଜାନକୀ ନାୟକ, ଆଶା ସୁଭାଷିନୀ ପାଇକ ଉପସ୍ଥିତ ଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ VBDTS ସୁଶାନ୍ତ ବାରିକ ସୁପରିଚାଳନା କରିଥିଲେ, ଦୁର୍ଗମ ଅଂଚଳ ରେ ଏପରି କାର୍ଯ୍ୟକ୍ରମ କୁ ଜନସାଧାରଣ ଖୁସି ଅନୁଭବ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.


