ବାଚସ୍ପତିଙ୍କ କୁକୁଡାଖଣ୍ଡି ଗସ୍ତ

କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍): ବାଚସ୍ପତି ସୂଯ୍ୟନାରାୟଣ ପାତ୍ର କୁକୁଡାଖଣ୍ଡି ଗସ୍ତରେ ଆସି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଭତ୍ତା, ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।Iବିଡିଓ ଗଦାଧର ପାତ୍ର କଂ ଅଧଷତାରେ ଆୟୋଜିତ ସଭାରେ ୩୦୦ହିତାଧିକାରୀ କୁଂ ବିଭିନ୍ନ ଭତ୍ତା ପ୍ରଦାନ କରିଥିଲେ। ତହସିଲ କାଯ୍ୟାଳୟରେ ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏକ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ସମେତ ଅଙ୍ଗନବାଡି କର୍ମୀମାନେ ବାଚସ୍ପତିଙ୍କୁ ପାଛୋଟି ନେଇଥିଲେ I ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟ ପରିସରରେ ଆଙ୍କୁଶପୁର, କେ.ଏସ ପୁର,ଦକ୍ଷିଣପୂର,ଲାଠି, ବଉଳାଝୋଳି,କୁକୁଡାଖଣ୍ଡି,ବନ୍ଥପଲ୍ଲୀ,ବାଲି ପଡ଼ା ଓ ପାଣ୍ଡିଆଝୋଳି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ପାଖାପାଖି 25 ରୁ ଅଧିକ ଗ୍ରାମର 200 ରୁ ଅଧିକ ବ୍ୟକ୍ତିଙ୍କୁ ଗ୍ରାମ କଣ୍ଟକ ପଟ୍ଟା ସମେତ ବିଭିନ୍ନ କିସମର ପଟ୍ଟା କରୋନା କଟକଣାକୁ ମାନି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି ପଟ୍ଟା ବଣ୍ଟନ କରାଯାଇଥିଲା I ଏବଂ ପ୍ରତିଦିନ ଡ଼ାକ ମାଧ୍ୟମରେ ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉଚି ତା ସହିତ “ମୋ ତହସିଲ” କାର୍ଯ୍ୟକ୍ରମରେ ଲୋକଙ୍କୁ ପଟ୍ଟା ବଣ୍ଟନ କରାଯାଉଚି ଏବଂ ସରକାରୀ କାର୍ଯ୍ୟାଳୟରେ କିପରି ଜନସାଧାରଣ ସଠିକ ସେବା ପାଇବେ ଯାହାକୁ ନେଇ ରାଜ୍ୟ ସରକାର ‘ମୋ ଗାଁରେ ତହସିଲ’ ପରି କାର୍ଯ୍ୟକ୍ରମ ଆୟୋଜନ କରୁଚନ୍ତି ଏବଂ ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଚି ବୋଲି କହିବା ସହ ରାଜ୍ୟ ସରକାର ମହିଳା ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିନିମନ୍ତେ ସ୍ୱୟଂ ସହାୟିକା ଗୋଷ୍ଟିକୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଉଦ୍ୟମ ଜାରି ରଖିଚନ୍ତି ବୋଲି ବାଚସ୍ପତି ଡ଼.ପାତ୍ର ନିଜ ବକ୍ତ୍ୟବ୍ୟରେ କହିଥିଲେ I ଏବଂ ଯେଉଁ ବ୍ୟକ୍ତି ମାନଙ୍କ ପଟ୍ଟା ମିଳିପାରିନାହିଁ କାର୍ଯ୍ୟ ଚାଲୁରହିଚି ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧଷ କାମାଷା ପ୍ରସାଦ ପାତ୍ର,ସନାତନ ସଂଗ୍ରାମ ସିଂ,କାନ୍ହୁ ଚରଣ ପାତ୍ର,ପ୍ରମିଳା ଦୋରା,ମାଣିକେଶ୍ବରୀ ପଟ୍ଟନାୟକ,ଶୁଦେଶ୍ନ ଜେନା ,ସନ୍ତୋଷ ଚୌଧୁରୀ,ରାଧା ମୋହନ ସେଠୀ,ଜତିନ୍ଦ୍ର ପାତ୍ର ,କୈଳାଶ ରଣା ଏବଂ ପ୍ରମିଳା ଜେନା ସମେତ ହଜାରରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ