ଡିଲରଙ୍କୁ ପ୍ରଶିକ୍ଷଣ ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଖୁଚୁରା ବିକ୍ରେତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଖାଉଟି ସାମଗ୍ରୀ ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ହିତାଧିକାରୀଙ୍କ ଆଧାର ସହିତ ଆଙ୍ଗୁଳି ଛାପ ନିଆଯାଉଥିବାବେଳେ ନୂତନ ନିୟମ ଅନୁଯାୟୀ ଆଖି ସ୍କାନିଂ ବାବଦରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାନ୍ତ୍ରୀକ ଜ୍ଞାନ କୌଶଳ ପ୍ରାପ୍ତ ଅଧିକାରୀ ଉପସ୍ଥିତ ରହି ପ୍ରାୟ ୫୦ରୁ ଅଧିକ ଡିଲରଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।


