ବିଜେଡିର ବନ୍ଧୁମିଳନ ଉତ୍ସବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ବିଜେଡି ପକ୍ଷରୁ ଗୁଣୁପୁର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜେଡି ସଭାପତି ତଥା ଯାତ୍ରା ନାଟ୍ୟକାର ଅରୁଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଯୋଗଦେଇ ସମସ୍ତ ବିଜୁକର୍ମୀ ବ୍ୟକ୍ତିମାନଙ୍କୁ ନୂତନ ବର୍ଷ ଉପଲକ୍ଷେ ସ୍ୱାଗତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ବିଜେଡି ଯୁବ ସଭାପତି ଲଳିତ କୁମାର ରାଉତ, ବରିଷ୍ଠ ନେତା ରଘୁନାଥ ପଣ୍ଡା, ଯୁବନେତା ସୁଶାନ୍ତ ରାଉତ, ମଦନମୋହନ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଜଳମଣ୍ଡୁଆ ପଞ୍ଚାୟତର ୫୦ଜଣ କର୍ମୀ ଅନ୍ୟଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ । ସମସ୍ତ କର୍ମୀମାନଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ସାମଲ ଓ ବାସୁଦେବ ଧଳ ପରିଚାଳନା କରିଥିବାବେଳେ ଏଥିରେ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ନେତୃତ୍ୱ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ