ମା ରଟନ୍ତି କାଳୀ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପଦିନାରାୟଣପୁର ସ୍ଥିତ ମା ରଟନ୍ତି କାଳୀ କ୍ଲବ ଆନୁକୁଲ୍ଯରେ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଜଳମଣ୍ଡୁଆ ପଂଚାୟତର ସରପଂଚ ଜଗବନ୍ଧୁ ଦାସ ଓ ସମିତି ସଭ୍ଯା ତନିମା ରାଉତ ଟୁର୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ପ୍ରଥମ ମ୍ଯାଚ ପଛିତିରା କ୍ରିକେଟ୍ କ୍ଲବ୍ ଓ ପଟାପୋଲ କ୍ରିକେଟ୍ କ୍ଲବ୍ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଟାପୋଲ ବିଜୟୀ ହୋଉଥିଲା । ୨ୟ ମ୍ଯାଚ୍ କରଞି କ୍ରିକେଟ୍ କ୍ଲବ୍ ଓ ଧୁଳିଗଡିଆ କ୍ରିକେଟ୍ କ୍ଲବ୍ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ କରଞ୍ଜି କ୍ରିକେଟ୍ କ୍ଲବ୍ ବିଜୟୀ ହୋଇଥିଲା । ନୀରୋଜ ଧଳ ଓ ଅମର ଜେନା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । କ୍ଲବର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ