ଅନ୍ଦୋଳନକୁ ତୀବ୍ରତର କରିବାକୁ ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟିର ପ୍ରସ୍ତୁତି
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଠିତ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଓ ସଂଗଠନ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଆଇନଜୀବି ରମଣୀରଞ୍ଜନ ରାଉତରାୟ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ଉପସ୍ଥିତ ବିଜେଡି,କଂଗ୍ରେସ,ସିପିଆଇ,ସିପିଆଇ(ଏମ),ସିପିଆଇ(ଏମଏଲ),ବହୁଜନ ସମାଜପାର୍ଟି,ଜନଶକ୍ତି ପାର୍ଟି ପ୍ରଭୃତିର ନେତୃମଣ୍ଡଳୀ, ସମସ୍ତ ଶ୍ରମିକ ସଂଗଠନର ନେତୃତ୍ୱ, ସାମାଜିକ ସଂଗଠନ, କେନ୍ଦ୍ରାପଡା ବିକାଶ ସାମୁଖ୍ୟ, ଜନମଂଚ, ଜିଲ୍ଲା ସଚେତନ ନାଗରିକ ମଂଚ, ସାମ୍ବାଦିକ, ଅସ୍ଥାୟୀ ମେଳା ବ୍ୟବସାୟୀ ସଙ୍ଘ,ସାହିତ୍ୟ ଅନୁଷ୍ଠାନ, ଚାଷୀ ମୂଲିଆ ସଙ୍ଘ, ଆଇନଜୀବି ଅସୀମ କେନ୍ଦ୍ରାପଡା, କୃଷକ ସଂଗଠନ ପ୍ରଭୃତିର ନେତୃତ୍ୱ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଜୟ ସାମଲ, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଧ୍ୟାପକ ଉମାକାନ୍ତ ପାତ୍ର, ଫକିର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଗୟାଧର ଧଳ, ବାବାଜୀ ଧଳ, ଆଇନଜୀବି ଉମେଶ ଚନ୍ଦ୍ର ସିଂ, ପ୍ରକାଶ ମଲ୍ଲିକ, ଭଜକୃଷ୍ଣ ରାଉତ, ଆଦିକନ୍ଦ ରାଉଳ, ଗୈାରାଙ୍ଗ ବେହେରା,ସୁରେଶ ଚନ୍ଦ୍ର ପଟ୍ଟନାୟକ, ଆଇନଜୀବି ଅବିନାଶ ପଣ୍ଡା, ମୁକୁନ୍ଦ ମହାପାତ୍ର, ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ପରେଶ ଦାସ, ସାବିର ଖାନ, ଗୋକୁଳ ରାଉତ, ଗୋପାଳକୃଷ୍ଣ ଜେନା, ପ୍ରଶାନ୍ତ ସାମନ୍ତରାୟ, ମଳୟ ଓଝା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।


