ଆଇନ ମନ୍ତ୍ରୀଙ୍କ କୁଶପୁତଳିକା ଦାହକୁ ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ନିନ୍ଦା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ମାହାଙ୍ଗା ବ୍ଳକର ପୂର୍ବତନ ଅକ୍ଷ୍ୟକ୍ଷ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାଘଟଣାରେ ବିଜେପି ଦଳ ଏକ ଶସ୍ତା ରାଜନୀତି ଚଳାଇଛି । ଏହି ଘଟଣାରେ ମୁଖ୍ୟ ଆଭିଯୁକ୍ତ ପଂଚାନନ ସେଠୀ ଓ ତାଙ୍କ ୩ ସହେଯାଗୀ ଅଭିଯୁକ୍ତ ଗିରଫ ହୋଇ ସାରିଥିବା ବେଳେ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଇଥିବା ବେଳେ ତଦନ୍ତକୁ ଦିଗଭ୍ରଷ୍ଟ କରିବା ପାଇଁ ବିଜେପି ଦଳ ଏଥିରୁ ବ୍ୟକ୍ତିଗତ ଫାଇଦା ଉଠାଇବାକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ନାମକୁ ଟାଣି ଓଟାରି ଭର୍ତି କରି ଅଯଥାରେ ଜଣେ କର୍ମଠ, ବରିଷ୍ଠ ଏକ ନମ୍ବର ମନ୍ତ୍ରୀ ଭାବରେ ପରିଗଣିତ ହେଉଥିବା ମନ୍ତ୍ରୀ ମହୋଦୟଙ୍କ କୁଶ ପୁତଳିକା ଦାହ କରିବା ଏବଂ ତାଙ୍କ ବିରୋଧରେ ଏତଲା ଦେବା ଓ ତାଙ୍କ ଇସ୍ତଫା ଦାବି କରିବା ଏକ ହୀନ ରାଜନୀତିକ ଉଦେଶ୍ୟ ବୋଲି ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସଂଜୟ କୁମାର ଜେନା, ଭୀମସେନ ଭୂୟାଁ, ଗୋବର୍ଦ୍ଧନ ରାଉତ, ରମାକାନ୍ତ ସ୍ୱାଇଁ, ହାଡିବନ୍ଧୁ ସିଂ, ନିହାର ମହାପାତ୍ର, ନିରଞ୍ଜନ ବଳ, ସ୍ମୃତି ରଂଜନ ସିଂ, ମାନସ ରଂଜନ ଧଳ, ଅଜୟ ମହାନ୍ତି, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ରେଣୁବାଳା ସାମଲ, ସେକ ଅଜିମୁଦ୍ଦିନ, ବ୍ରଜ ସୁନ୍ଦର ରାଉତ, ମନୋଜ ସାହୁ, ସୁରେଶ ନାୟକ ଓ ବୁଦ୍ଧିଜୀବୀ ଡଃ. ବାସୁଦେବ ଦାସ, କରୁଣାକର ଦାସ, ଅଧ୍ୟାପକ ବିପିନ ବିହାରୀ ବାରିକ, ଶିକ୍ଷାବିତ ଭଜକୃଷ୍ଣ ରାଉତ, ବୈଷ୍ଣବ ଚରଣ ସ୍ୱାଇଁ, କାର୍ତିକ ଚରଣ ନାୟକ, ଅନନ୍ତ ଗୋପାଳ ଦାସ, ଧିରେନ୍ଦ୍ର କୁମାର ଦାସ, ସତ୍ୟପ୍ରିୟ ଦାସ, କିଶୋର ପ୍ରାଧାନ, ଅକ୍ଷୟପ୍ରିୟ ଦାସ ପ୍ରମୁଖ ଦୃଢ ନିନ୍ଦା କରିବା ସହ ବିଜେପି ଦଳ ହୀନ ରାଜନୀତିରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ