ପର୍ଯ୍ୟଟକଙ୍କ ମନମୋହୁଛି ଦାରିଙ୍ଗବାଡିର ଇକୋରିଟ୍ରିଟ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ ଦ୍ୱାରା ଦାରିଙ୍ଗବାଡ଼ିରେ ପ୍ରଥମଥର ପାଇଁ ଇକୋରିଟ୍ରିଟ ଅନୁଷ୍ଠିତ ହେଉଛି । ପୂର୍ବରୁ ୨୦୧୫ ଦାରିଙ୍ଗବାଡ଼ିରେ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ପ୍ରତି ବର୍ଷ ପାଳନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ । ଶୀତ ଉତ୍ସବ ସମୟରେ ଅଞ୍ଚଳକୁ ଯେଉଁ ଭାବେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ଭ୍ରମଣରେ ଆସୁଥିଲେ ସେହିଭଳି ଇକୋରିଟ୍ରିଟ କାର୍ଯ୍ୟକ୍ରମ ଯୋଗୁଁ ବର୍ତ୍ତମାନ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଦାରିଙ୍ଗବାଡ଼ିରେ ଇକୋରିଟ୍ରିଟ ଆରମ୍ଭ ହେବାର ପ୍ରାୟ ଏକ ମାସ ହୋଇଯାଇ ଥିବା ବେଳେ ଏକ ହଜାରରୁ ଅଧିକ ପର୍ଯ୍ୟଟକ ୪୪୪ଟି ଟେଣ୍ଟ(ତମ୍ବୁ) ଅନଲାଇନରେ ବୁକିଂ କରି ସପରିବାରେ ଏଠାରେ ପହଞ୍ଚି ଦାରିଙ୍ଗବାଡ଼ି ଶୀତର ମଜା ଉଠାଇଛନ୍ତି ।


