ମଧୁପଲ୍ଲୀ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ପୋଲସରା,(ଅନିଲ କୁମାର ମହାରଣା) : ପୋଲସରା ନିର୍ବାଚନ ମଣ୍ଡଳୀରେ ଜାତୀୟ ଦଳ ବିଜେପି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ବିଜେଡି ତାର ପତିଆରା ଜାହିର କରି ଦଳକୁ ମଜଭୁତ କରିବାରେ ଲାଗିଛି । ଗତକାଲି ଜାନୁୟାରୀ ୬ ତାରିଖରେ ଜି.ଡେଙ୍ଗାପଦର ଗ୍ରାମର ବିଜେପିର ଟାଣୁଆ ସଙ୍ଗଠକ ଆଇନଜୀବୀ ସୁଶାନ୍ତ କୁମାର ମଳିକ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଥିଲେ । ପୁଣି ଆଜି ଜାନୁୟାରୀ ୭ ତାରିଖ ଦିନ ମଧୁପଲ୍ଲୀ ପଞ୍ଚାୟତର ତୁଙ୍ଗ ବିଜେପି ନେତା ପରବାସୀ ଜେନାଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ୍ବ ସମର୍ଥକ ପୋଲସରା ପୂର୍ତ୍ତି ବିଭାଗ ଡାକବଙ୍ଗଳାକୁ ଏକ ଶୋଭାଯାତ୍ରାରେ ଆସି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ଜାତୀୟ ଦଳ ବିଜେପି ପରିତ୍ୟାଗ କରି ଆଞ୍ଚଳିକ ଦଳ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ବିଧାୟକ ଶ୍ରୀ ସାହୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ଦଳକୁ ସ୍ବାଗତ କରିଥିଲେ । ନବୀନ ପଟ୍ଟନାୟକ ନୀତି ଆଦର୍ଶ ଓ ପୋଲସରା ବିଧାୟକ ଶ୍ରୀ ସାହୁଙ୍କ ଜନସମ୍ପର୍କ ଓ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ପୂର୍ବତନ ସରପଞ୍ଚ ପରବାସୀ ଜେନା, ପୂର୍ବତନ ସମିତି ସଭ୍ୟ ସଞ୍ଜୟ ପରିଡ଼ା, ମକରା ଗୌଡ଼, ଦାମଦୋର ଜେନା, ଲକ୍ଷ୍ମଣ ବିଷୋୟୀ , ଲଡୁ କିଶୋର ଜେନା , ନିବାସୀ ଜେନା ,ସୀତାରାମ ଡାକୁଆ , ବୁଲୁ ଜେନା ଓ କବିରାଜ ପରିଡ଼ା ସମେତ ଶହରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ବିଜେପି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ନଗର ସଭାପତି ରଞ୍ଜିତ ସାହୁ , ସଂପାଦକ ବାବୁଲା ପଟ୍ଟନାୟକ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା , ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସାହୁ , ଜିଲ୍ଲା ଛାତ୍ର ସଂପାଦକ ରଞ୍ଜନ କୁମାର ପାଣିଗ୍ରାହୀ , ସହସଂପାଦକ ରତ୍ନାକର ସାହୁ , ସାଂସଦ ପ୍ରତିନିଧି ମୋତିରାମ ସାହୁ , ପୂର୍ବତନ ନଗର ସଭାପତି ଭଗବାନ ସାହୁ , ପଞ୍ଚୁ ଦାସ , ସମିତି ସଭ୍ୟ ପବିତ୍ର ରାଉତ , ନରେନ୍ଦ୍ର ସ୍ବାଇଁ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ