ଋଷିକୂଲ୍ୟା ରୟତ ମହସଭା ଛତ୍ରପୁର ବ୍ଲକ ଶାଖାର ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ସମସ୍ତ ଚାଷୀଙ୍କ ଧାନ କିଣିବା ନିମନ୍ତେ ଶୁକ୍ରବାର ବୀରିସିଂହ ପୀଠ ଠାରେ ଋଷିକୂଲ୍ୟା ରୟତ ମହାସଭା ଛତ୍ରପୁର ବ୍ଲକ ଶାଖାରେ ସଭାପତି ତଥା ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡାଙ୍କ ସଭାପତିତ୍ୱରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ସମସ୍ତ ପଞ୍ଚାୟତ ଚାଷୀ ଓ ଚାଷୀ ନେତା ମାନେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ ।  ମହାସଭାର ଜିଲ୍ଲା ସମ୍ପାଦକ ସିମାଞ୍ଚଳ ନାହାକ କେନ୍ଦ୍ରର ୩ଟି କୃଷି ଆଇନ ପ୍ରତ୍ୟାହାର କରିବା ଦାବୀ ଚାଷୀ ମାନେ ଯେଉଁ ଆନ୍ଦୋଳନ କରୁଛନ୍ତି । ତାହାକୁ ଆମ ସଂଗଠନ ସମର୍ଥନ ପକ୍ଷରୁ କରାଯାଇଛି । ଏହାସହିତ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି ବୋଲି କହିଥିଲେ । ଛତ୍ରପୁର ବ୍ଲକର ସମସ୍ତ ଚାଷୀଙ୍କ ଧାନ କିପରୀ ସ୍ୱଚ୍ଛତା ଭାବେ କିଣାଯାଇପାରିବ ସେଥୀନିମନ୍ତେ ଉପସ୍ଥିତ ଚାଷୀ ମାନଙ୍କୁ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା, ବରଙ୍ଗର ଯୁବନେତା ସପନ ନାହାକ, ଚାଷୀନେତା ବିଜୟ ପରିଡା, କେଞ୍ଚୁ ଗୈାଡ, ଋଷିକୂଳ୍ୟାରୟତ ମହାସଭାର ଛତ୍ରପୁର ଶାଖାର ସଂଯୋଜକ ତଥା ବିପୁଳିଙ୍ଗି ସମିତି ସଭ୍ୟ ଜୟଦେବ ଲେଙ୍କା, ଦୁର୍ଯ୍ୟେଧନ ରେଡ୍ଡୀ, ଙ୍କ ସମେତ ବହୁ ଚାଷୀମାନେ ଧାନ କିଣା ସଂପର୍କରେ ମତ ପ୍ରକାଶ କରିଥିଲେ । ଏଥି ନିମନ୍ତେ ୧୫ଜଣିଆ କମିଟି ଗଠନ କରାଯାଇଥିଲ।। ଏହି କମିଟି ଶନିବାର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଭେଟି ଧାନ କିଣି ସଂପର୍କରେ ଆଲୋଚନା କରିବ ବୋଲି ସ୍ଥିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ