ଦିଲ୍ଲୀ ଚାଲାଣ ବେଳେ ୬ ନାବାଳିକା ଉଦ୍ଧାର; ୨ ଦଲାଲ୍‌ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀର ଭୟାବହତା ସାମାନ୍ୟ କମିବା ପରେ କନ୍ଧମାଳ ଜିଲ୍ଲାରୁ ପୁଣି ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ନେବା ପାଇଁ ବହୁ ଦଲାଲ୍‌ ଡେରା ପକାଇଛନ୍ତି । ଆଜି ବେଲଘର ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଦଲାଲ୍ ‌। ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲା ରାମପୁର ଥାନାର ପୁଷ୍ପା ନାଗ ନାମକ ଜଣେ ମହିଳା ବେଲଘରକୁ ଆସି ଗୁମ୍ମା ପଞ୍ଚାୟତର ଆଜାଦ ନାୟକ ନାମକ ଜଣେ ଯୁବକକୁ ସାଥୀ କରି ବେଲଘର ପଞ୍ଚାୟତର ୧୨ରୁ ୧୩ ବର୍ଷ ବୟସର ୬ ଜଣ ନାବାଳିକାଙ୍କୁ ଦିଲ୍ଲୀରେ କାମ କରାଇବା ପାଇଁ କିଛି ଟଙ୍କା ଦେଇ ନେଉଥିଲେ । ବେଲଘର ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ଖମାରୀ ଖବର ପାଇ ପଂହଁଚି ଦଲାଲ୍‌ ପୁଷ୍ପା ଓ ସହଯୋଗୀ ଆଜାଦକୁ କାବୁ କରିଥିଲେ । ପୁଲିସ ଉଭୟଙ୍କ ନାମରେ କେସ୍‌ ନଂ ୧/୨୧ ରେ ମାମଲା ରୁଜୁ କରିଥିବା ବେଳେ ଉଦ୍ଧାର ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ