ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପଥରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ହାଟଡିହି,(ବିକାଶ ବିଶ୍ୱାଳ): ସ୍ୱାସ୍ଥ୍ୟବିଭାଗର କାୟାକଳ୍ପ ଟିମ ଗତ ଗୁରୁବାର ଦିନ ହାଟଡିହି ବ୍ଲକର ମୁଗୁପୁର, ହାଟଡିହି, ଓରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ତେନ୍ତୁଲିନଣ୍ଡା, ସମଣା ସ୍ୱାସ୍ଥ୍ୟଉପକେନ୍ଦ୍ର ପରିଦର୍ଶନ କରିଛନ୍ତି । ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ଉତ୍ତମ ରୋଗୀସେବା ଆଦି କ୍ଷେତ୍ରରେ ଦାୟିତ୍ୱବୋଧ ପୁରଣ କରିବାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର କେତେ ପରିମାଣର ଅଗ୍ରଗତି କରିଛି ତାର ମୁଲ୍ୟାଙ୍କନ କରିଥିଲେ । ଏଥିପାଇଁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ଦିଗରୁ ଆକର୍ଷଣୀୟ ତଥା ସୌନ୍ଦର୍ଯ୍ୟ କରାଯାଇଥିଲା । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଔଷଧିୟ ଉଦ୍ୟାନ, ପୁଷ୍ପଉଦ୍ୟାନ ଆଦି ନିର୍ମାଣ କରାଯାଇଅଛି । ବର୍ଯ୍ୟବସ୍ତୁର ସଠିକ ପରିଚାଳନା ନିମନ୍ତେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାଣ୍ଟେନମେଣ୍ଟ ଏରିଆ ନିର୍ମାଣ କରାଯାଇଥିଲା । ବୃକ୍ଷରୋପଣ, ଜଳସଂରକ୍ଷଣ, କୋ-ପ୍ଲାଷ୍ଟିକ, ହାତଧୁଆ ପ୍ରକ୍ରୀୟା, କରୋନାର ଲକ୍ଷଣ ଓ ନିରାକରଣ, ଗ୍ଲୋବାଲ ୱାର୍ମିଂ, ମଶାରୀର ବ୍ୟବହାର ଆଦି ସଚେତନତା ବାର୍ତ୍ତା ବିଭିନ୍ନ କାନ୍ଥ ମାନଙ୍କରେ ଶୋଭାପାଉଥିଲା । ଶାଳଣିଆଁ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଏହି କାୟାକଳ୍ପ ଟିମକୁ ସ୍ୱାଗତ କରିଥିଲେ । କେନ୍ଦୁଝରର କ୍ୱାଲିଟ ଆସୁରାନସର ସହପରିଚାଳକ ଅଭିଷେକ ସଡଙ୍ଗୀଙ୍କ ନେତୃତ୍ୱରେ ଜିଲ୍ଲା ଟୀକା କରଣ ପରିଚାଳକ ଗୋବିନ୍ଦ ଚନ୍ଦ୍ର ମିଶ୍ର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ମୁଲ୍ୟାୟନ କରିଥିଲେ । ମୁଗୁପୁର ଡାକ୍ତରଖାନାର ଡାକ୍ତର ରଶ୍ମୀତା ମଲ୍ଲିକ, ଫାର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲ, ଓରାଳି ଡାକ୍ତଖାନାର ଡାକ୍ତର ଆଶୁଶ୍ରୀ ପଟ୍ଟନାୟକ, ଫାର୍ମାସିଷ୍ଟ ନିର୍ମଳ ଚନ୍ଦ୍ର ସାହୁ, ତେନ୍ତୁଲିନଣ୍ଡାର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତୀ ବେହେରା, ସ୍ୱାସ୍ଥ୍ୟକର୍ମୀ ସୁଶମା ଜେନା, ଶସ୍ମିତା ଜେନା, ବିଜୟଲକ୍ଷ୍ମୀ ଲେଙ୍କା, ଶୁଭଶ୍ମୀତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ