ତିନି କାଠ ଚୋରଙ୍କୁ ଗିରଫ କଲା ବନବିଭାଗ

ହାଟଡ଼ିହି, : ହାଟଡିହି ବ୍ଲକ ହଦଗଡ ହସ୍ତୀ ଅଭୟାରଣ୍ୟର ପିତାନାଉ ନିକଟରୁ ଶାଗୁଆନ କାଠ ଚୋରି କରିବା ଅଭିଯୋଗରେ ବନ ବିଭାଗ ତିନିଜଣଙ୍କୁ ଗିରଫ କରିଛି । ରେଞ୍ଜର ସୁରେନ୍ଦ୍ର ହେମ୍ରମଙ୍କ ସୁଚନା ଅନୁଯାଇ କାଠକଟା ଗ୍ରାମ ଚତୁରୀ ସାହିର ରମେଶ ମହାନ୍ତ, ରଥ ମହାନ୍ତ, ମିଲନ ମହାନ୍ତ ଓ ଟାଙ୍ଗର ଗ୍ରାମର ବିଶ୍ୱରଞ୍ଜନ ସାହୁ ପିତାନାଉ ଜଂଗଲରୁ ଶାଗୁଆନ ଗଛ କାଟି ମଇଁଶି ପଣ୍ଡା ଦ୍ୱାରା ଟାଣି ଟାଣି ଆଣୁଥିବାବେଳେ ବନ ବିଭାଗର କର୍ମଚାରୀ ମାନେ ଦେଖି ଅଟକାଇଥିଲେ । ସେମାନଙ୍କୁ ପଚରା ଉଚୁରା କରୁଥିବାବେଳେ ବିଶ୍ୱରଞ୍ଜନ ସାହୁ ଦୌଡି ଫେରାର ହୋଇଯାଇଥିବାବେଳେ ଅନ୍ୟ ତିନିଜଣଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ