ବିଦ୍ୟାଧରପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ହାଟଡ଼ିହି, : ହାଟଡିହି ବ୍ଲକ ୩୪ନଂ ଜୋନରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋସା ଯଜ୍ଞ ପଡିଆରୁ ଅନୁଷ୍ଠିତ ଏହି ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଉପାଧ୍ୟକ୍ଷା ନରେନ୍ଦ୍ର କୁମାର ନାୟକ, ବାଲିବରେଇ ସରପଞ୍ଚ ପ୍ରତିଭା ନାୟକ, ପଢ଼ିଆରୀପଲ୍ଲି ସରପଞ୍ଚ ନିରୁପମା ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ବିଭିନ୍ନ ଯୋଜନାରେ ପୁର୍ବରୁ ଚାଲିଥିବା ଦୁର୍ନ୍ନିତିିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଧାୟକ ଦୃଢ଼ସ୍ୱରରେ କହିଥିଲେ । ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୁପାୟନ କରିବାପାଇଁ ସମସ୍ତ ଜନସାଧାରଣ ସହଯୋଗ କରନ୍ତୁ ବୋଲି ସାଂସଦ ଚନ୍ଦ୍ରାଣୀ ମୁର୍ମୁ କହିଥିଲେ । ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲାବେଳେ ବରିଷ୍ଠ ବିଜେଡି ନେତା ଶତୃଘ୍ନ ପାତ୍ର, ମାର୍କଣ୍ଡ ଚରଣ ଓଝା, ପବିତ୍ର ମୋହନ ପେଡା, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବୁଦ୍ଧଦେବ ଜେନା, ରବିନ୍ଦ୍ର ସାମାଲ, ଫେତୁ ପଣ୍ଡା, ଚିନ୍ତାମଣୀ ପାତ୍ର, ଗୋପାଳ ପଟ୍ଟନାୟକ, ବାବୁଲି ଲେଙ୍କା, ନର୍ତ୍ତମ ସତପଥି, ବିନ ସିଂ, ପିତବାସ ନାୟକ, ନାରାୟଣ ବିଶ୍ୱାଳ, ଚିନ୍ତାମଣି ପାତ୍ର, ନରହରି ପାତ୍ର, ରବି ନାୟକ, ବୈଦ୍ୟନାଥ ସାମଲ, ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଶାନ୍ତ ରାଉତ, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ଚିକୁ ସେନାପତି, ଶିଶିର ବେହେରା, ବସନ୍ତ ପଢ଼ିଆରୀ, ପତି ଦେଓ, ରାଜେନ୍ଦ୍ର ପାତ୍ରଙ୍କ ସମେତ ୫ହଜାରରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ