‘ମୋ ବଗିଚା’ କାର୍ଯ୍ୟକ୍ରମରେ ଚାରା ବଣ୍ଟନ
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ‘ମୋ ବଗିଚା’ ଯୋଜନା ସଫଳତା ପାଉଥିବାରୁ ଆଜି ଏହି ଯୋଜନାରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ପଂଚାୟତର ନୂଆଁପଡ଼ା ଗ୍ରାମରେ ସରପଞ୍ଚ ରାଜେନ୍ଦ୍ର ଗୌଡ଼ ୧୦୦ ଜଣ ମହିଳାଙ୍କୁ ଲେମ୍ବୁ, ସଜନା, କଦଳୀ, ଅମୃତଭଣ୍ଡା ଆଦି ବିଭିନ୍ନ କିସମର ଚାରା ବଣ୍ଟନ କରିବା ସହ ଏଗୁଡ଼ିକୁ ନିଜ ବାଡି ବଗିଚାରେ ରୋପଣ କରି ଏହାର ସଠିକ୍ ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି I କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ନାୟକ ଯୋଗଦେଇ ‘ମୋ ବଗିଚା’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇଥିଲେ I ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ନାୟକ, ଶ୍ରୀକାନ୍ତ ଚନ୍ଦ୍ର ଗୌଡ, ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ଏବଂ ଯୁବକ ସଂଘ ପିଲାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I


