ମାଉଣ୍ଟ ଏଲବୃସ ଶିଖରରେ ଓଡିଆ ଝିଅ ଲିପିକା
ବରଗଡ ଜିଲ୍ଲା ଡାଲବ ଗ୍ରାମର ସୁନାଝିଅ ଲିପିକା ସେଟ ଋଷିଆ ରେ ଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ କୁ ସଫଳତା ର ସହ ଆରୋହଣ କରି ବରଗଡ ଜିଲ୍ଲା ତଥା ଆମ ରାଜ୍ୟ ପାଇଁ ଆଉ ଏକ ଇତିହାସ ରଚିଛନ୍ତି । ସମଗ୍ର ରାଜ୍ୟ କୁ ଗୈରବାନିତ୍ୟ କରିବା ସହ ପର୍ବତାରୋହଣ ଦିଗରେ ପୁରୁଷ ମାନଙ୍କ ଠାରୁ ନାରୀ କିଛି କମ ନୁହଁ ବୋଲି ପ୍ରମାଣିତ କରିଛନ୍ତି । ପିତା ଲକ୍ଷ୍ମଣ ସେଟ ଏବଂ ମାତା ଅନୁସୟା ସେଟଙ୍କ କନ୍ୟା ଲିପିକା ସେଟ ଜଣେ ଓଡିଶା ର ଉଦି.ମାନ ପର୍ବତରୋହୀ ଅଟନ୍ତି । ମାଉଣ୍ଟ ଏଲବୃସ ଆରୋହଣ ଅଭିଯାନ ସେପ୍ଟେମ୍ବର ୨୮ ରେ ଆରମ୍ଭ ହୋଇ ଚଳିତ ମାସ ୮ ତାର୍ିଖରେ ଶେଷ ହୋଇଥିଲା । ଏହି ଅଭିଯାନରେ ରେ ଭିନ୍ନ ଭିନ୍ନ ଦେଶରୁ ବହୁ ପର୍ବତାରୋହୀ ଭାଗ ନେଇଥିଲେ । ତେବେ ଲିପିକା ତାଙ୍କର ସମସ୍ତ ସହୋଯୋଗୀ ମାନଙ୍କୁ ପଛରେ ପକାଇ୧ ଘଣ୍ଟା ଆଗରୁ ସମିଟ କରି ଆଡଭାନ୍ସ ବେଶକ୍ୟାମ୍ପ କୁ ଫେରିଥିଲେ । ଏବଂ ସେ ଦୁଃଖର ସହ କହିଛନ୍ତି ଯେ ଆମ ରାଜ୍ୟ ରେ ପର୍ବତାରୋହୀ ମାନଙ୍କ ପାଖରେ ଆବଶ୍ୟକୀୟ ସରଞ୍ଜାମ ନଥିବା ହେତୁ ଆମେ ବହୁ ଅସୁବିଧାର ସମ୍ମୁଖିନ ହେଉଛୁ । ଏଥିପାଇଁ ସେ ରାଜ୍ୟ ସରକାର ତଥା କ୍ରୀଡା ବିଭାଗକୁ ପ୍ରକୃତ ପର୍ବତାରୋହୀ ଚିହ୍ନଟ କରି ଆବଶ୍ୟକୀୟ ସରଞ୍ଜାମ ଆମକୁ ପ୍ରଦାନ କଲେ ଆମେ ଉପକୃତ ହେବୁ ବୋଲି ଅନୁରୋଧ କରିଛନ୍ତ ି ।


