ଗଂଜାମ ତହସିଲର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ ,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକ ଅନ୍ତର୍ଗତ ବୁରୁଡ଼ି ଗ୍ରାମ ସ୍ଥିତ ଲଙ୍ଗଳେଶ୍ୱର ହାଇସ୍କୁଲ ପରିସରରେ ଗଂଜାମ ତହସିଲଦାର ଅବନୀ କୁମାର ସାହୁଙ୍କ ତତ୍ୱାବାଧାନରେ ଗଂଜାମ ତହସିଲ ତରଫରୁ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ବ ଏ. ଡି.ଏମ ଲଷ୍ମୀକାନ୍ତ ସେଠି ଯୋଗ ଦେଇ 13 ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୁରେଶ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୁର୍ବତନ ସରପଞ୍ଚ କେଦାର ସ୍ୱାଇଁ, ସାନରାମଚନ୍ଦ୍ର ପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଭଗବାନ ନାହାକ, ସମେତ ସମସ୍ତ ଆର.ଇ , କର୍ମଚାରୀ , ଲୋକପ୍ରତିନିଧି ଯୋଗଦେଇଥିଲେ ।ଏହି ଅବସରରେ 41 ଜଣ ପଟା ଆବେଦନ କରିଥିବା ବେଳେ, 24 ବିଦ୍ୟାର୍ଥୀ ଆବେଦନ କରିଥିବା ସୁଲ ସାଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସୁବଲୟା, ଓ ସାନରାମଚନ୍ଦ୍ରପୁର ପଞ୍ଚାୟତ କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଅନ୍ୟ ପଞ୍ଚୟତ ଗୁଡିକରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ତହସିଲଦାର ସାହୁ ସୂଚନା ଦେଇଛନ୍ତି ।


