ସାପ କାମୁଡ଼ାରେ ନାବାଳକଙ୍କ ମୃତ୍ୟୁ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା କଂଟେଇକୋଳି ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଛି । ମୃତକ ଜଣକ ସଂପୃକ୍ତ ଗ୍ରାମର କୌଳାଶ ସାହୁଙ୍କ ନାବାଳକ ପୁତ୍ର ରାଜା ସାହୁ (୧୧) । ମଙ୍ଗଳବାର ବିଳମ୍ବିତ ରାତିରେ ପରିଶ୍ରା କରିବା ସକାଶେ ଘରୁ ବାହାରକୁ ଆସିଥିବା ବେଳେ ଘର ବାରଣ୍ଡା ନିକଟରେ ଏକ ବିଷଧର ସାପ ନାବାଳକଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ନାବାଳକଙ୍କ ଚିକ୍ରାର ଶୁଣି ଘଟଣା ଜାଣିପାରି ନାବାଳକଙ୍କୁ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସାଧିନ ସମୟରେ ନାବାଳକଙ୍କ ମୃତ୍ୟୁ ଘଟିଛି । ଏ ନେଇ ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଯାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।


