ଆଓଲ୍ କାଫେ
ବିଭିନ୍ନ ସହରରେ ଫାଇବ୍ ଷ୍ଟାର୍ ହୋଟେଲ୍ ଓ ରେସ୍ତୋରାଁ-କାଫେ ରହିଛି । ଯେଉଁ ସବୁକୁ ବହୁତ ଆକର୍ଷଣୀୟ ଶୈଳୀରେ ସଜାଯାଇଥାଏ । କିନ୍ତୁ କେବେ ଏମିତି କିଛି କାଫେ ବିଷୟରେ କେହି ଶୁଣିନଥିବେ ଯେଉଁଠି ମଣିଷ ସହିତ ପେଚା ବସିକି ଚା ପିଇବା । ଜାପାନର ଟୋକିଓ ସହରରେ ‘ଆଓଲ କାଫେ’ ରହିଛି । ଏଠାରେ ମଣିଷ ସହିତ ପେଚା ମଧ୍ୟ ଯାଇଥାଏ । ଟୋକିଓର ଏହି କାଫେରେ ସବୁବେଳେ ଭିଡ଼ ଲାଗିରହିଥାଏ । ଏହି କାଫେରେ ଖାଲି ଲୋକେ ନୁହଁନ୍ତି ବରଂ ପକ୍ଷୀମାନେ ଯାଇପାରିବେ । ଯଦି ଆପଣଙ୍କ ପାଖରେ କେହି ପକ୍ଷୀ ନାହାଁନ୍ତି ତେବେ ସ୍ଥାନୀୟ ଅଞ୍ଚଳରୁ ପକ୍ଷୀ କିଣି ଭିତରକୁ ଯାଇପାରିବେ । ଏହି କାଫେରେ ସବୁପ୍ରକାରର ପେଚା ଦେଖିବାକୁ ମିଳେ । ଏହି ହୋଟେଲର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।


