ପଟ୍ଟାମୁଣ୍ଡାଇ ଅଂଚଳରୁ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ୫କେଜି ଗଞ୍ଜେଇ ଜବତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନା ଅନ୍ତର୍ଗତ ବୋଧ ଗ୍ରାମରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ୫୦ କେଜି ଗଂଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । କେନ୍ଦ୍ରାଚଂ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଜରି ମିଳିଥିବା ଖବର ଅନୁଯାୟୀ ବସ୍ତାରେ ଥିବା ୫କିଲୋ ୨ଶହଗ୍ରାମ ଗଞ୍ଜେଇ ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରୁ ଜବତ କରାଯାଇଥିବା କଟକସ୍ଥିତ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ଇନିସପେକ୍ଟର ଜଗଦିଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ ଏକ ବିଶେଷ ସୁତ୍ରରୁ ଖବରପାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବୋଧଗାଁ ଗ୍ରାମରେ ଲୁଚିରହି ଅପେକ୍ଷା କରିଥିବା ସମୟରେ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ବୋଧଗାଁ ଗ୍ରାମର ପ୍ରତାପ ରାଉତଙ୍କ ପୁଅ ସଞ୍ଜୟ ରାଉତ(୨୫) ଏକ ଜରିବସ୍ତା ନେଇ ଘରକୁ ଯାଉଥିବା ବେଳେ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗର ଇନିସପେକ୍ଟର ଜଗଦିଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ତା’ଉପରେ ଚଢାଉ କରାଯାଇ ବସ୍ତାଟିକୁ ଜବତ କରାଯିବା ସହିତ ଅଭିଯୁକ୍ତ ସଞ୍ଜୟ ରାଉତକୁ ଗିରଫ କରାଯାଇ ଥିଲା । କେଶ ନମ୍ବର ୧୨୩/୨୦୧୯ରେ ଅବକାରୀ ଆଇନର ଧାରା ୨୦(ବି) ଅନୁଯାଇ ଅଭିଯୁକ୍ତ ଚୋରା ଗଞ୍ଜେଇ ବେପାରୀ ସଞ୍ଜୟ ରାଉତକୁ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ଏହି ଚଢାଉରେ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗର କନେଷ୍ଟବଳ ଗାଲୁରାମ ସୋରେନ, କିଶୋର ଚନ୍ଦ୍ର ରାଉତ, ଆଲୋକ ଚନ୍ଦ୍ର ଖଟୁଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


