ମୋହାପ୍ରଣୟ ନମିଳିବାରୁ ବାଇକରେ ବୁହା ହେଲେ ମୃତ ଦେହ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହା ହେଲେ ମୃତ ଦେହ ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି | ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନାଯେ ସବୁ ଲୋକ ଓ ଗଜପତି ଜିଲ୍ଲାରେ ପହଞ୍ଚି ପାରୁନି ତାହା ପ୍ରମାଣିତ କରିଦେଉଛି | ଚାରି ବର୍ଷ ପୂର୍ବରୁ କଳା ହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି | ମହାପ୍ରୟାଣ ନମିଳିବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ମେଡିକାଲରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଛି | ସୂଚନା ପ୍ରକାରେ ନୂଆଁଗଡ଼ ଗ୍ରାମର ଉପସ୍ଥିତ ବେବ୍ରତା ବୟସ (୬୫) ଆଜି ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ ନୂଆଁଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ | ତେବେ ସେଠାରେ ତାଙ୍କର ଶାରୀରିକ ଅବସ୍ଥା ଜଟିଳ ଥିବା ହେତୁ ଡାକ୍ତର ତାଙ୍କୁ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଲାଗି ପରାମର୍ଶ ଦେଇଥିଲେ | ତେବେ ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ନିଜ ଗ୍ରାମକୁ ନେବାଲାଗି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଯୋଗାଇ ଦେବାଲାଗି ନିବେଦନ କରିବାପରେ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ /ମହାପ୍ରୟାଣ ନଥିବା କହି ମନା କରିଦେବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଥିଲା | ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଦୁଖଃ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିଥିଲେ |


