ପଞ୍ଚାୟତ ସ୍ତରୀୟ ଭିନ୍ନକ୍ଷମ ଚିହ୍ନଟ ଶିବିର
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସ୍ତରୀୟ ସହଳ ଭିନ୍ନକ୍ଷମ ଚିହ୍ନ ଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଥଇଥାନ କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଦିଗପହଣ୍ଡି ବ୍ଳକର ବିଭିନ୍ନ ପଞ୍ଚାୟତ ଅଧୀନ ଗାଁ ଗୁଡିକରେ ରହୁଥିବା ଭିନ୍ନକ୍ଷମ ପୁରୁଷ ଓ ମହିଳାମାନେ ନିଜ ନିଜର ନାମ ପଞ୍ଜିକରଣ କରାଇଥିବା ବେଳେ ସେମାନଙ୍କୁ ଭିନ୍ନକ୍ଷମ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ପରିଚୟପତ୍ର ମାଧ୍ୟମରେ ଭିନ୍ନକ୍ଷମ ହିତାଧିକାରୀ ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ସରକାରୀ ସହାୟତା ପାଇପାରିବେ ବୋଲି ଜଣାପଡିଛି । ଏହି ଶିବିରରେ ବିଏସଏସଓ ଭଗବାନ ବେହେରା , ପ୍ରେମାନନ୍ଦ ପାଣିଗ୍ରାହୀ (ପିଏ) , ଡିଇଓ ଜିତେନ୍ଦ୍ର କୁମାର ସାବତ , ସାଇକ୍ଳୋଜିଷ୍ଟ ଅଜିତ କୁମାର ରାଉଳ , ବରିଷ୍ଠ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ରୋପଣ ବିଶେଷଜ୍ଞ ଇଂ. ମୁରଲୀଧର ବେହେରା , ପ୍ରଶାନ୍ତ କୁମାର ନାହାକ , ଭଗବାନ ପ୍ରଧାନ , ସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।