ଗର୍ଲଫ୍ରେଣ୍ଡଙ୍କୁ ନାପସନ୍ଦ କାର୍ଯ୍ୟବ୍ୟସ୍ତ ସାଥୀ
କାର୍ଯ୍ୟରେ ସବୁବେଳେ ବ୍ୟସ୍ତ ରହୁଥିବା ସାଥୀଙ୍କୁ ଗର୍ଲଫ୍ରେଣ୍ଡ ନାପସନ୍ଦ କରିଥାନ୍ତି । ଏନେଇ ଆମେରିକା କଲମ୍ବିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ସମୟ ବାହାର କରିପାରୁନଥିବା ସାଥୀଙ୍କଠାରୁ ଗର୍ଲଫ୍ରେଣ୍ଡ ଦୂରେଇ ଯିବା ଆରମ୍ଭ କରିଥାନ୍ତି । କାରଣ ଗର୍ଲଫ୍ରେଣ୍ଡ ସାଧାରଣତଃ ପୁରୁଷ ସାଥୀ ସହିତ ଡେଟିଂ କରିବାକୁ ଚାହିଁଥାନ୍ତି । ଏପରି ସ୍ଥଳେ ପୁରୁଷ ସାଥୀ ତାଙ୍କ ପାଇଁ ସମୟନ ଦେଇ ପାରିଲେ ଗର୍ଲଫ୍ରେଣ୍ଡ ଅନ୍ୟ ସାଥୀ ଖୋଜିଥାନ୍ତି । ୯୦ ରୁ ଅଧିକ ପ୍ରତିଶତ ଗର୍ଲଫ୍ରେଣ୍ଡଙ୍କ ମନରେ ଏଭଳି ଚିନ୍ତାଧାରା ଥାଏ । ଅନ୍ୟ ପକ୍ଷରେ ୧୦ ପ୍ରତିଶତରୁ କମ୍ ଗର୍ଲଫ୍ରେଣ୍ଡ ପୁରୁଷ ସାଥୀ ତାଙ୍କ ଲାଗି ସମୟ ନ ଦେଲେ ମଧ୍ୟ ସେମାନଙ୍କ ଜୀବନକୁ ବୁଝିବା ସହିତ ତାଙ୍କର ବ୍ୟସ୍ତ ଜୀବନ ଶୈଳୀକୁ ସମ୍ମାନ ଜଣାଇଥାନ୍ତି ।