ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଆଇନସେବା ପ୍ରାଧୀକରଣ ପକ୍ଷରୁ କଜଳାସ୍ଥିତ ନିମାଇଁ ଚରଣ ମାନସିକ ନ୍ୟୂନତା ସଂସ୍ଥାନ ପରିସରରେ ଗୁରୁବାର ମଧ୍ୟାହ୍ନରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ଅତିଥି ଭାବେ ସିଭିଲଜଜ ଜ୍ଞାନରଞ୍ଜନ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା.ଉର୍ମିଳା ମିଶ୍ର, କେନ୍ଦ୍ରାପଡା ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା, ଏସ.ଡି.ଜେ.ଏମ. ଦିଗବିଜୟ ଦାସ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗ ପ୍ରମୁଖ ଯୋଗଦେଇ ମାନସିକ ରୋଗୀଙ୍କ ଚିକିତ୍ସା, ସେମାନଙ୍କୁ ଆଇନଗତ ସହାୟତା ପ୍ରଦାନ ଓ ଭିନ୍ନକ୍ଷମମାନଙ୍କ ଓନ୍ନତି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଭିନ୍ନକ୍ଷମଙ୍କ ପାଇଁ ଥିବା ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧୀକରଣ ସଚିବ ମଳୟ କୁମାର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


