ରିଲିଜ୍ ହେଲା ପ୍ରିୟାଙ୍କ ଆଲବମ୍ ‘ଲଡି ଲଡି’

ନୂଆଦିଲ୍ଲୀ : ରାତାରାତି ସାମାଜିକ ଗଣମାଧ୍ୟମରେ ଫେମସ୍ ବନିଥିବା ତଥା ମାଲୟାଲମ୍ ସିନେମାର ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିୟର୍‌ଙ୍କ ଆଲବମ୍ ‘ଲଡି ଲଡି’ର ପ୍ରମୋ ରିଲିଜ୍ ହୋଇଛି। ଏନେଇ ନିଜେ ପ୍ରିୟା ୟୁଟ୍ୟୁବ ଚ୍ୟାନେଲ୍ ମାଧ୍ୟମରେ ଦର୍ଶକଙ୍କୁ ସୂଚନା ଦେଇଛନ୍ତି। ପ୍ରିୟାଙ୍କ ଏହି ପ୍ରମୋ ଭିଡିଓକୁ ବର୍ତ୍ତମାନ ପ୍ରାୟ ୩୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଆଲବମ୍‌ରେ ପ୍ରିୟାଙ୍କ ପାର୍ଟନର୍ ଭାବେ ରୋହିତ୍ ନନ୍ଦନ ଅଭିନୟ କରିଛନ୍ତି। ରୋହିତ୍‌ଙ୍କ ଅଭିନୟକୁ ନେଇ ପ୍ରିୟା ପ୍ରଶଂସା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବଲିଉଡ୍‌ରେ ଅଭିନୟ କରିବାକୁ ସୁଯୋଗ ପାଇନଥିବା ପ୍ରିୟା ଖୁବ୍ ଶୀଘ୍ର ଶ୍ରୀଦେବୀ ବଙ୍ଗଲୋ ଓ ଲଭ୍ ହ୍ୟାକର୍ସ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ