କରଚୁଲିରେ ପାଞ୍ଚ ବଖରା ଘରପୋଡି

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକର କରଚୁଲି ଗ୍ରାମରେ ଜାନୁଆରୀ ୧୬ ତାରିଖ ଦିନ ରାତ୍ରି ପ୍ରାୟ ୧୧ ସମୟରେ ଅଗ୍ନିକାଣ୍ଡ ଘଟି ତିନିଟି ପରିବାର ର ପାଞ୍ଚ ବଖରା ଘର ପୋଡି ଯାଇଥିବା ଜଣାପଡିଛି। ଗତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିଚିତ୍ର ସାହୁଙ୍କ ଏକ ବଖରା, ପାଣୁ ଚରଣ ଗୌଡ଼ଙ୍କ ଦୁଇ ବଖରା ଓ ମହାଦେବ ଗୌଡ଼ଙ୍କ ଦୁଇ ବଖରା ଘର ସହ ବହୁ ଜିନିଷ ପତ୍ର ପୋଡି ଯାଇଥିବା ବେଳେ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। କରଚୁଲି ସରପଞ୍ଚ ଧୋବା ପ୍ରଧାନ ଘଟଣା ସ୍ଥଳକୁ ଯାଇ ଘରପୋଡି କ୍ଷତିଗ୍ରସ୍ତ ପରିବାର ସହ କ୍ଷୟକ୍ଷତି ବିଷୟରେ ଆଲୋଚନା କରି ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ