ଜାନୁୟାରୀ ୨୦ ତାରିଖ ସମସ୍ତ ଉଠାଦୋକାନୀ ଓ ଭେଣ୍ଡିଂଜୋନ ବନ୍ଦ ରହିବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ଯେ, ଆସନ୍ତା ଜାନୁୟାରୀ ୨୦ ତାରିଖ ଦିନ ଭୁବନେଶ୍ୱର ସମେତ ରାଜ୍ୟର ବହୁ ସହର ଗୁଡ଼ିକରେ ଉଠାଦୋକାନ ଓ ଭେଣ୍ଡିଂଜୋନ ବନ୍ଦ ରହିବ । ଏହି ଦିନ ପାର୍ଲାମେଣ୍ଟରେ ଉଠାଦୋକାନୀ ଆଇନ୍ ୨୦୧୪ ପାରିତ ହୋଇଥିବାରୁ ଏହି ଦିନଟିକୁ ମନେ ରଖିବା ପାଇଁ ସାରା ଭାରତବର୍ଷରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଇଥାଏ । ଶ୍ରୀଯୁକ୍ତ ସାହୁ ଅନୁରୋଧ କରିଛନ୍ତି ଯେ, ସମସ୍ତ ଦୋକାନୀ ଓ ସଂଘମାନେ ନିଜ ନିଜ ବ୍ୟାନର ଓ ଆଇ-କାର୍ଡ଼ ବେକରେ ପକାଇ ସକାଳ ୯.୪୫ ମିନିଟ୍ ସୟରେ ରାଜମହଲ ଛକରେ ପହଂଚିବେ । ସେଠାରୁ ଏକତ୍ରିତ ହୋଇ ଉଠାଦୋକାନୀମାନେ ଜାତୀୟ ଉଠାଦୋକାନୀ ଦିବସ ବିଷୟରେ ସଚେତନତା କରାଇବା ସହ ୟୁନିଟ୍-୧ ଫଳ ଭେଣ୍ଡିଂଜୋନଠାରେ ପହଂଚିବେ । ସେଠାରେ ଏସ୍ଏସ୍ଇପିଡ଼ିର ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମାନ୍ୟବର ସାସଂଦ ସୁବାସ ସିଂ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଉପସ୍ଥିତ ରହି ଏହି ଉତ୍ସବକୁ ଉଦ୍ଘାଟନ କରିବେ । ସେଇଥିପାଇଁ ଜାନୁୟାରୀ ୨୦ ତାରଖ ଦିନ ଭୁବନେଶ୍ୱରର ସମସ୍ତ ଉଠାଦୋକାନ ଓ ଭେଣ୍ଡିଂଜୋନ ବନ୍ଦ ରଖିବାକୁ ଶ୍ରୀଯୁକ୍ତ ସାହୁ ଅନୁରୋଧ କରିଛନ୍ତି । ଏହିଦିନ ଗ୍ରାହକମାନେ ଯେଉଁ ଅସୁୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ଶ୍ରୀ ସାହୁ ଦୁଃପ୍ରକାଶ କରିଛନ୍ତି । ଏଥିରେ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ବିପିନ ବିହାରୀ ଦାସ, ସୁଦର୍ଶନ ପୃଷ୍ଟି, ବିପିନ ଜେନା ପ୍ରମୁଖ ଉପସ୍ଥିତ ରହିବେ ।


