ବୁଗୁଡ଼ା ମେଡ଼ିକାଲରେ ଟୀକାକରଣ ଆରମ୍ଭ

ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାନୁୟାରୀ ୧୮ ତାରିଖ ଦିନ କୋଭିଡ ଟୀକାକରଣ ଶୁଭାରମ୍ଭ ହୋଇଛି। ବୁଗୁଡାକୁ ୩୦୦ ଡୋଜ ଟୀକା ଆସିଥିବା ବେଳେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି। ବୁଗୁଡ଼ାରେ ପ୍ରଥମ ଟୀକା ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ଅପରାହ୍ନ ୩ ଟା ସୁଦ୍ଧା ୫୩ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି। ଏହି ଟୀକା ଦେବା କାର୍ଯ୍ୟ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିବ ବୋଲି ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ