ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

ରାଇକିଆ,(ଓ୍ବାଇଏନ୍ଏସ୍):ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ଫୁଲବାଣୀ ସ୍ଥିତ ନେଚର୍ ରିଟ୍ରୀଟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଓୟୁଜେ ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତି ଅନ୍ୟତମ ଅତିଥି ଭାବେ  ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ,ଉପସଭାପତି କ୍ରିସାନ ରାଉତ,ଆଚାର୍ଯ୍ୟ ବିଶ୍ବରଞ୍ଜନ,ପ୍ରମୋଦ ସାମନ୍ତରାୟ,ଅମୁଲ୍ୟ ସ୍ବାଇଁ ଯୋଗଦେଇଥିବା ବେଳେ ଅତିଥି ସ୍ବାଗତ କନ୍ଧମାଳ ଶାଖାର ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକ କରିଥିବାବେଳେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓୟୁଜେ ରାଜ୍ୟ ତଥା ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଦିର୍ଘ ୫୦ ବର୍ଷ ହେଲା କାର୍ଯ୍ୟ କରୁଛି । ଏହି ଅବସରରେ ଆଜି ଅୟୋଜିତ ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କରାର୍ଯ୍ୟକ୍ରମ ରେ କନ୍ଧମାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ରଖାଯିବା ପାଇଁ ସଦସ୍ୟ ମାନେ ମତବ୍ୟକ୍ତ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ