ଗାଙ୍ଗପୁରରେ ପଞ୍ଚାୟତ ସ୍ତରୀୟ ‘ଜଳ ସ୍ଵଚ୍ଛତା ଦିବସ’ ପାଳନ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉ ସାହେବ୍ ସିନ୍ଧେଙ୍କ ନିର୍ଦ୍ଦେଶ ତଥା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଞ୍ଚାୟତରେ ‘ଜଳ ସ୍ଵଚ୍ଛତା ଦିବସ ‘ ପାଳିତ ହୋଇଯାଇଛି I ଗାଙ୍ଗପୁର ପଞ୍ଚାୟତରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ନୋଡ଼ାଲ୍ ଅଧିକାରୀ ଭାବେ ଏସିପି ମିହିର କୁମାର ବିଶ୍ୱାଳ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ରନାଥ ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସିଆରସିସି କାର୍ତ୍ତିକେୟ ସେଠୀ ପ୍ରମୁଖ ଯୋଗ ଦେଇ ସ୍ଵଚ୍ଛତା ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଵଚ୍ଛତା ଶପଥପାଠ କରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗ୍ରାମର ବଡ଼ ବନ୍ଧ ପର୍ଯ୍ୟନ୍ତ ଏକ ସ୍ଵଚ୍ଛତା ସଚେତନତା ରାଲି ଅନୁଷ୍ଠିତ ହେବା ସହ ଗ୍ରାମର ଦେଉଳବନ୍ଧ,ବଡ଼ବନ୍ଧ ଆଦି ପୋଖରୀ ଗୁଡ଼ିକର ସଫେଇ କରାଯାଇଥିଲା I କାର୍ଯ୍ୟକ୍ରମରେ ଶିକ୍ଷକ ବିଷ୍ଣୁ ପ୍ରସାଦ ବେହେରା, ଖଲି ବେହେରା, ବାଳକୃଷ୍ଣ ସାବତ, ଶିଶିର କୁମାର ସ୍ୱାଇଁ, ମନୋରଞ୍ଜନ ବିଷୋୟୀ, ଲଲାଟେନ୍ଦୁ ପଟ୍ଟନାୟକ, ସୁଷମା ନନ୍ଦ,ଶିବରାମ ମହାନ୍ତି, ପିଙ୍କି ଦଳାଇ, ଅଳକା ମହାପାତ୍ର, ସ୍ମିତା ନାୟକ, ସସ୍ମିତା ଦାସ,ଦୀପା ପ୍ରଧାନଙ୍କ ସମେତ ୱାର୍ଡ଼ ସଭ୍ୟ ଧୋବା ନାୟକ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ ବିଷୋୟୀ ଏବଂ ଜଗନ୍ନାଥ ନାୟକ ଏବଂ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଏବଂ ବହୁ ସ୍ଵେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ