୫ ଟି ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା  ବୁଗୁଡା ବ୍ଲକର କରଚୁଲି, ତାକରଡ଼ା, ଭାମଶ୍ୟାଳି, ମୋଟାବାଡି ଓ ବିଷ୍ଣୁଚକ୍ର ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୫ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ପ୍ରତ୍ୟେକ ପରିବାରର ଘରକୁ ପାଇପ ଦ୍ୱାରା ପାନୀୟ ଜଳଯୋଗାଣ ପାଇଁ ପଦକ୍ଷେପ ସ୍ୱରୁପ ବୁଗୁଡା ବ୍ଲକର ଏହି ପାଞ୍ଚଟି ଗ୍ରାମରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଗ୍ରାମରେ ପର୍ଯ୍ୟାୟକ୍ରମେ ପ୍ରକଳ୍ପ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, କନିଷ୍ଠ ଯନ୍ତ୍ରୀ ଇଂ ଏ ରାମା ରାଓ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, କରଚୁଲି ସରପଞ୍ଚ ଧୋବା ପ୍ରଧାନ, ଗୋଳାବନ୍ଧ ସରପଞ୍ଚ ବସନ୍ତ ସାମଲ, ପୋଚାଲୁଣ୍ଡି ସରପଞ୍ଚ ବିଜୁଳି ଜେନା, ସୁନୀଲ କୁମାର ପାଢୀ, ବରୁଣ ସେନାପତି ପ୍ରମୁଖଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଓ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ