ଋଷିକୂଲ୍ୟା କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବ ତରଫରୁ ୧୨ତମ ଋଷିକୂଲ୍ୟା ଟି-୨୦ କ୍ରିକେଟ ଟୁର୍ଣାମେଣ୍ଟ ସ୍ଥାନୀୟ ମିନି ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି ।ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସୋରଡା ଥାନା ଅଧିକାରୀ ରମେଶକୁମାର ପ୍ରଧାନ, ସମାଜସେବୀ ଲକ୍ଷ୍ମୀଚରଣ ପଣ୍ଡା,ଏସ ବଦ୍ରୀନାରାୟଣ ପାତ୍ର, ବରିଷ୍ଠ ସଦସ୍ୟ ସଂଜୀବ ଅଧିକାରୀ, କ୍ଲବ ସଭାପତି ସଞ୍ଜୟକୁମାର ପଣ୍ଡା, ସମ୍ପାଦକ ରଜନୀକାନ୍ତ ମହାପାତ୍ର, ସଦସ୍ୟ ମନୋଜ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ସୋରଡା ଥାନା ଅଧିକାରୀ ରମେଶ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ ସହ ଖେଳାଳିମାନଙ୍କୁ ଶୃଙ୍ଖଳିତ ଭାବେ ଖେଳିବାସହ ଖେଳୁଆଡ଼ ମନବୃତି ପାଇଁ ପରାମର୍ଶ ଦେଇଥିଲେ । ଆଜିର ଉଦ୍ଘାଟନୀ ଖେଳ ଋଷିକୁଲ୍ୟା ଜୁନିଅର କ୍ରିକେଟ ଟିମ ସହ ଚେରମାରିୟା ମଧ୍ୟରେ ହୋଇଥିଲା ।ପ୍ରଥମେ ଟସଜିତି ଋଷିକୁଲ୍ୟା ଜୁନିୟର ପ୍ରଥମ ବେଟିଙ୍ଗ କରିଥିବାବେଳେ ନିର୍ଦ୍ଧାରିତ୨୦ ଓଭରରେ୪ଟି ବିକେଟ ବିନିମୟରେ ୧୬୬ରନ ସଂଗ୍ରହ କରିଥିଲେ ।ଦଳ ତରଫରୁ ସର୍ବାଧିକ ବୁବୁନ ଓଚିନୁ୪୯ରନଲେଖାଏଁ ବ୍ୟକ୍ତିଗତ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇଂନିଂସରେ ଚେରମାରିୟା ୧୫ ଓଭରରେ ୧୭୧ରନ ସଂଗ୍ରହ କରି ବିଜୟ ହୋଇଥିଲା । ଦଳତରଫରୁ ପୂର୍ଣ୍ଣ ସର୍ବାଧିକ ୬୫ରନ ସଂଗ୍ରହ କରି ଆଜିର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଇଥିଲେ । ମୁଖ୍ୟ ଅତିଥି ଭାବେ କ୍ଲବର ଭାରପ୍ରାପ୍ତ ସଭାପତି ସଞ୍ଜୟ କୁମାର ପଣ୍ଡା ଉପସ୍ଥିତ ରହି ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଟିକିନା ମହାରଣା ଓ ଦୁର୍ଗା ପାଣିଗ୍ରାହୀ ଅମ୍ପାଇରିଂ ଦାଇତ୍ୱ ତୁଲାଇ ଥିବାବେଳେ ବିନାୟକ ପଣ୍ଡା ସ୍କୋରର ଓ ମନୋଜ ମହାପାତ୍ର ସଞ୍ଜୟ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ।ଆସନ୍ତାକାଲି ବ୍ରହ୍ମପୁର ୧୫ଅଗଷ୍ଟ ସହ ରୟାଲ ହିଞ୍ଜଳିକାଟୁ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବସୂତ୍ରରୁ ଜଣାପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ