ସଂଗ୍ରାମୀ ଫକୀର : ଡ଼ ରାମମନୋହର ଲୋହିଆ
ଭାରତର ସ୍ୱାଧୀନତା ଏବଂ ନୂତନ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଡ. ରାମମନୋହର ଲୋହିଆ । ସେ ମାର୍ଚ୍ଚ ୨୩, ୧୯,୧୦ରେ ପ୍ରବଳ ଜାତୀୟବାଦୀପିତା ହିରାଲାଲ୍ ଏବଂ ଚନ୍ଦାଙ୍କ ଔରସରୁ ଅକରପୁର, ଉତର ପ୍ରଦେଶରେ ଜନ୍ମ ନେଇଥିଲେ । ଶୈଶବରୁ ସେ ଥିଲେ ମାତୃହରା । ସେ ତାଙ୍କର ସେହି ପିଲାଦିନୁ ପିତାଙ୍କ ସହିତ ଅନେକ କଂଗ୍ରେସ ସଭାରେ ଯୋଗଦେଇଛନ୍ତି ଏବଂ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଛନ୍ତି । ଏକଦା ପିତାଙ୍କ ସଙ୍ଗରେ ଯାଇଥିବାବେଳେ ଏକ ସଭାରେ ଗାନ୍ଧୀଙ୍କ ଭାଷଣରେ ଏମିତି ମନ୍ତ୍ରମୁଗ୍ଧ ହୋଇଗଲେ ଯେ, ସେବେଠୁ ପାଲଟିଗଲେ ତାଙ୍କ ପଟ୍ଟଶିଷ୍ୟ ଏବଂ ସତ୍ୟ ଓ ଅହିଁସାର ପୂଜାରୀ । ମାତ୍ର ଦଶବର୍ଷ ବୟସରେ ସେ ୧୯୨୧ ମସିହାରେ ସତ୍ୟାଗ୍ରହ ଶୋଭାଯାତ୍ରା ଓ ଆନ୍ଦୋଳନରେ ଯୋଗଦେଇ ଗାନ୍ଧୀଙ୍କ ପ୍ରତି ତାଙ୍କ ବିଶ୍ୱସ୍ତତା ପ୍ରମାଣ କରାଇବା ସହିତ ଆଗାମୀ ଦିନଗୁଡ଼ିକରେ ସ୍ୱାଧନୀତା ସଂଗ୍ରାମରେ ଝାସ ଦେବାର ସେ ନିଷ୍ପତ୍ତି ମାନସିକ ସ୍ତରରେ ନେଇଥିଲେ । ୧୯୨୧ ମସିହାରେ ତାଙ୍କର ଜବାହାରଲାଲ୍ ନେହେରୁଙ୍କ ସହିତ ସାକ୍ଷାତ ହେଲା । ସେବେଠୁ ମେଧ୍ୟ ତାଙ୍କର ଅତି ପ୍ରିୟହୋଇଗଲେ ଏବଂ ସେମାନଙ୍କ ମଧ୍ୟରେ ଏକ ଅତୁଟ ଏବଂ ଗଭୀର ସଂପର୍କ ସ୍ଥାପିତ ହୋଇଗଲା । ତଥାପି କେତେକ ସ୍ଥଳରେ ଏବଂ ରାଜନୈତି ପ୍ରସଙ୍ଗରେ ନେହୁରୁଙ୍କ ସହିତ ତାଙ୍କର ମତ ପାର୍ଥକ୍ୟଥିଲା । ୧୯୨୮ ମସିହାରେ ମାତ୍ର ୧୮ବର୍ଷରୁ ଯୁବକ ଲୋହିଆ ଏକ ଛାତ୍ର ସଂଗଠନ ଗଢ଼ି ତା’ରି ମାଧ୍ୟମରେ “ଅଲ-ହ୍ୱାଇଟ୍ ସାଇମନ କମିଶନ’ଙ୍କୁ ପ୍ରତିବାଦ ଓ ପ୍ରତିରୋଧ କରିଥିଲେ କାରଣ କମିଶନ ଚାହୁଁଥିଲେ ଯେ, ଭାରତୀୟମାନଙ୍କ ବିନା ପରାମର୍ଶରେ ସେ ସେମାନଙ୍କୁ ଇଛାମତେ କିଛି ସ୍ୱତନ୍ତ୍ରତା ଦେଇଦେବେ । ଏକ ଗୁରୁତ୍ୱ ଏବଂ ବାହାଦୁରୀ କଥା ଏହିଯେ, ଏପଟେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ହେଁ, ସେପଟେ ସେ ନିଜ ପାଠପଢ଼ା ପ୍ରତି ବେଶ୍ ସଚେତକ ଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଆଇ ଏବଂ ୧୯୨୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏ ପାସ୍ କରିଥିଲେ । ସେଠୁ ବର୍ଲିନ୍ ବିଶ୍ୱବିଦ୍ୟାଳୟ ଅଧ୍ୟୟକ ପାଇଁ ଜର୍ମାନୀଠାରେ ତତା ୧୯୩୨ରେ ତାଙ୍କ ପି.ଏଚ୍.ଡ଼ି. ସମାପ୍ତ କଲେ । ସେ ଖୁବ୍ ଶୀଘ୍ର ଜର୍ମାନ ଶିଖିଗଲେ ଏବଂ ସେଠାରେ ତାଙ୍କର ଶିକ୍ଷାଗତ ଉଚ୍ଚସଂପନ୍ନ କୃତିତ୍ୱ ପାଇଁ ଆର୍ଥିକ ସହାୟତା ମଧ୍ୟ ପାଇଥିଲେ । ସେ ଇଉରୋପରେ ଥିଲାବେଳେ ‘ଆସୋସିଏସନ୍ ଅଫ୍ ଇରୋପିଆନ୍ ଇଣ୍ଡିୟାନସ୍ ନାମକ କ୍ଲବ୍ ଗଠନ କରିଥିଲେ । ଏହାର ଉଦ୍ଦେଶ୍ୟଥିଲା ଭାରତର ଜାତୀୟତାକୁ ଦେଶବାହାରେ ସଂରକ୍ଷଣ ସଂପ୍ରସାରିତ ଓ ସମୃଦ୍ଧି କରାଇବା । ସେ ମଧ୍ୟ ଜାତିସଂଘର ଜେନଭା ସମ୍ମିଳନୀର ଯୋଗଦେଇଥିଲେ ଯଦିଓ ଭାରତରେ ବ୍ରିଟିଶରାଜ ତରଫରୁ ବିକାନିର ମହାରାଜା ଯୋଗ ଦେଇଥିଲେ । ଏଥିରେ ଲୋହିଆ ଆଶ୍ଚର୍ଯ୍ୟ ଓ ବ୍ୟଥିତ ହୋଇ ପରିଦର୍ଶକ ଗ୍ୟାଲରୀ ମଧ୍ୟରୁ ତୀବ୍ର ପ୍ରତିରୋଧ କରିଥିଲେ ଏବଂ ଏହାର କାରଣ ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ପ୍ରକାଶିତ କରିଥିଲେ । ଏହାହିଁ ରାମମନୋହର ଲୋହିଆଙ୍କୁ ଏକ ସୁପରଷ୍ଟାର ବା ଉଚ୍ଚକୋଟିର ନେତାରୂପେ ପ୍ରତିଷ୍ଠିତ ଓ ପ୍ରମାଣିତ କରିଦେଲା । ଏହାପରେ ସେ ଆସି ଭାରତର ଜାତୀୟ କଂଗ୍ରେସ ଦଳରେ ଯୋଗଦେଲେ । ୧୯୩୪ ମସିହାରେ ସେ କଂଗ୍ରେସ ସୋସିଆଲିଷ୍ଟ ପାଟିର ଭିତ୍ତିସ୍ଥାପନ କଲେ । ୧୯୩୬ ମସିହାରେ ପଣ୍ଡିତ ନେହୁରୁତାଙ୍କୁ ‘ଅଲ ଇଣ୍ଡିଆ କଂଗ୍ରେସ’ ଦଳର ସଂପାଦକ ରୂପେ ନିଯୁକ୍ତିନେଲେ । ଲୋହିଆଙ୍କ କାରଣରୁ ଏଇଠୁ ଆରମ୍ଭ ହେଲା ଭାରତର ବୈଦେଶିକ କାରବାର ପାଇଁ ବୈଦେଶିକ ନୀତିର ଭିତ୍ତି । ୨୪ ମେ’ ୧୯୩୬ରେ ପ୍ରଥମଥର ପାଇଁ ଲୋହିଆ ବନ୍ଦୀହେଲେ କାରଣ ସେ ଭାରତୀୟମାନଙ୍କୁ ସବୁ ସରକାରୀ ସଂସ୍ଥାକୁ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ; କିନ୍ତୁ ତା’ ପରଦିନ ତାଙ୍କୁ ମୁକ୍ତିଦେଲେ ଏଥିପାଇଁ ଯେ, କାଳେ ତାଙ୍କ ବନ୍ଦୀନେଇ ପ୍ରବଳ ଯୁବଜାଗରଣ ସୃଷ୍ଟିହେବ ଏବଂ ଯାହାକୁ ସମ୍ଭାଳିବା ସମ୍ଭବ ହୋଇନପାରେ । ତେବେ ତାଙ୍କ ପ୍ରବନ୍ଧ “ସାଂପ୍ରତିକ ସତ୍ୟାଗ୍ରହ ବା ସତ୍ୟାଗ୍ରହ ନାଓ”, ଖବର କାଗଜରେ ପ୍ରକାଶ ପାଇଁ ତାଙ୍କୁ ଜୁନ୍ ୧୯୪୦ରେ ପୁନଶ୍ଚ ବନ୍ଦୀ କରାଯାଇ ଦୁଇବର୍ଷ ପାଇଁ ଜେଲକୁ ପଠାଇଦିଆଗଲା । ସେଠାରେ ତାଙ୍କୁ କଠିନ ମାନସିକ ନିର୍ଯାତନା ସହିତ ନାନା ପ୍ରକାର ଜେରାବି କରାଯାଇଥିଲା । ଡ଼ିସେମ୍ବର ୧୯୪୧ରେ ବାହାରୁ ନାନା ଚାପ ପଡ଼ିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା । ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ପ୍ରଥମଶ୍ରେଣୀ ନେତା: ଗାନ୍ଧୀ, ନେହୁରୁ, ସର୍ଦାର ବଲଭ ଭାଇ ପଟେଲ୍ ଏବଂ ମୌଲାନା ଆଜାଦ ଇତ୍ୟାଦି ଗିରଫ ହେଲାପରେ ଦ୍ୱିତୀୟ ପାହ୍ୟାର ନେତା ହିସାବରେ ଆନ୍ଦୋଳନ ଚାଲୁରଖିବାରେ ଗୁରୁଦାୟିତ୍ୱ ନେଲେ । ଲୋହିଆ କାଗଜ ପତ୍ର ପ୍ରଚାର ଓ ଗୁପ୍ତ ଆକାଶବାଶୀ ପ୍ରସାରଣ ମାଧ୍ୟମରେ ସେ ଘୋଷଣା କରୁଥିଲେ କର ଅବା ମର । ଏହାପରେ ଲୋହିଆ ଥରେ ୧୯୪୪ରେ ବମ୍ବେରେ ବନ୍ଦୀଥିବାବେଳେ ତାଙ୍କୁ ନିଷ୍ଠୁର ନିର୍ଯ୍ୟାତନା ଦିଆଯାଇଥିଲା ଏବଂ ପରେ ୨୮ମେ ୧୯୪୬ରେ ଗୋଆରେ ବନ୍ଦୀ ହୋଇଥିଲେ । ଗୋଆରେ ବନ୍ଦୀ ହେବାର କାରଣ ଏହାଥିଲା ଯେ, ସେଠାକାର ପୁର୍ତ୍ତଗୀଜ ସରକାର ଲୋକମାନଙ୍କୁ ବାକ୍ ସ୍ୱାଧୀନତା ଦେଇନଥିଲେ ଓ ସ୍ୱାଧୀନତା ଦେବାର ସପକ୍ଷରେ ନଥିଲେ । ଏହାକୁ ପ୍ରତିବାଦ କରି ପ୍ରଚାର ଓ ପ୍ରସାର କଲେ । ୧୫ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ଘୋଷଣାପତ୍ର ବେଳେ ସେ ଗାନ୍ଧୀଙ୍କ ପାଖେ ଛିଡ଼ା ହୋଇଗାନ୍ଧୀଙ୍କ ସହ ସେ କାନ୍ଦୁଥିଲେ, କାରଣ ସେ ଗାନ୍ଧୀଙ୍କପରି ଚାହୁନଥିଲେ ଯେ ଭାରତ ଭାଗଭାଗ ହେଉ । ସ୍ୱାଧୀନତା ପୂର୍ବ ଅପେକ୍ଷା ସ୍ୱାଧୀନତା ପରର ଭାରତ ନିର୍ମାଣର ଦାୟିତ୍ୱ ଏବଂ ଚିନ୍ତା ତାଙ୍କର ଥିଲା ସବୁଠୁ ବେଶୀ । ସେ ଚାହୁଥିଲେ ନୂତନ ଭାରତ ଗଠନରେ ସର୍ବସାଧାରଣ ସକ୍ରିୟଅଂଶ ଗ୍ରହଣ କରନ୍ତୁ; ସ୍ୱେଚ୍ଛାକୃତଭାବେ କୂଅ, କେନାଲ ଖୋଳନ୍ତୁ ରାସ୍ତା ନିର୍ମାଣ କରନ୍ତୁ । ଖାଲି କହୁନଥିଲେ, ନିଜେବି ପାନିୟାରୀ ନଦୀ ଉପରେ ଏକ କେନାଲ ନିର୍ମାଣ କରିଛନ୍ତି ଯାହାଏବେ ଲୋହିଆ ସାଗର ଡ଼୍ୟାମ ରୂପେ ପରିଚିତ । ଏବେ ଆମ ସାଂସଦ ବା ବିଧାୟକମାନେ ଲୋକମାନଙ୍କର ଗୁହାରୀ ଶୁଣିବା ପାଇଁ ଗୋଟିଏ ଦିବସ ରଖିଛନ୍ତି ଯାହାକୁ ‘ଜନବାଣୀ ଦିବସରୂପେ ପ୍ରଚଳନ ହେଉଛି: ଏହା ତାଙ୍କରି ସକାଶେ ପ୍ରଚଳିତ ହୋଇଛି । ଭିନ୍ନ ଏକ ବିତର୍କପ୍ରସଙ୍ଗ, ଯାହା ଏବେ ସମାଲୋଚିତ ‘ତିନି ଅଣା, ପନ୍ଦର ଅଣା’ ତାଙ୍କରି କାରଣରୁ ସୃଷ୍ଟି । ପଣ୍ଡିତ ନେହୁରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ବେଳେ ଦିନକୁ ୨୫୦୦୦ ଟଙ୍କା ଖର୍ଚ୍ଚ ହେଉଥିଲା ତାଙ୍କପାଇଁ ଅଥଚ ଲୋକଙ୍କ ମଜୁରି ଥିଲା ତିନିଅଣା । ଏହିକଥା ଲୋହିଆ ନେହୁରୁଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ, ସେ କହିଲେ, “ଯୋଜନା କମିଶନ କୁହନ୍ତି ଲୋକଙ୍କ ଦୈନିକ ଆୟ ପନ୍ଦର ଅଣା” । ସତରେ କାହିଁ ୨୫୦୦୦, କାହିଁ ତିନିଅଣା ବା ପନ୍ଦର ଅଣା । ଏମିତିରେ କ’ଣ ଲୋକଙ୍କ ଦୁଃଖ ଯିବ ? ଦେଶର ଲୋକଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତିର ଉନ୍ନତି କଲେ । ସେତାଙ୍କ ଲେଖା ଓ ଭାଷାରେ ବହୁ ସଚେତନତା ଶୁଣାଇଛନ୍ତି । ଏମିତିରେ ଧନୀ ଦରିଦ୍ର ଲୋକ ମଧ୍ୟରେ ପାର୍ଥକ୍ୟ ଜାତି-ଅସମାନତା, ପୁରୁଷ-ସ୍ତ୍ରୀ ଅସମାନତା ଏବଂ ବ୍ୟକ୍ତିଗତ ବ୍ୟାପାର ଓ ଗୋପନୀୟତା ଇତ୍ୟାଦି ଅନେକକଥା । ଯେହେତୁ ଭାରତ ଏକ କୃଷିପ୍ରଧାନ ଦେଶ, ସେ ପ୍ରାଥମିକ ଗୁରୁତ୍ୱ ଦେଉଥିଲେ କୃଷି ଉପରେ । କୃଷକମାନଙ୍କ ସମସ୍ୟା ଦୂରୀ କରଣ ନିମନ୍ତେ ସେ ଗଠନ କରିଥିଲେ ‘ହିନ୍ଦ୍ କିସାନ ପଞ୍ଚାୟତ । ଦେଶବାସୀଙ୍କ ଏକତା ସୂତ୍ରରେ ବାନ୍ଧି ରଖିବାରେ ଚାହୁଁଥିଲେ ହିନ୍ଦିରାଷ୍ଟ୍ରଭାଷା ହେଉ, ଇଂରାଜି ନୁହେଁ । ଏହା ଉଭୟ ଶିକ୍ଷିତ ଓ ମୂର୍ଖବୁଝିପାରିବେ । ସେ ଜାତି ପ୍ରଥାର ବିରୋଧିଥିଲେ । ସେ ଏହାର ସମୂଳ ନିପାତ ଚାହୁଁଥିଲେ ଏବଂ କହୁଥିଲେ ଏହାର ଏକମାତ୍ର ସମାଧାନ ହେଉଛି ‘ରୋଟି ଓ ବେଟି’ ଅର୍ଥାତ୍ ଏକାଠି ଖାଅ ଏବଂ ବିବାହରରେ ଯେ କୌଣସି ଝିଅଟିଏ ଗ୍ରହଣ କରିବ ଜାତି ଅର୍ଥରେ ନୁହେଁ । ସେମିତି ଚାଡୁଥିଲେ ରାଜନୀତିରେ ତଳିଆ ଜାତି, ସଂଖ୍ୟକୁ ସଂଖ୍ୟାଲଘୁ ଓ ନାରୀମାନଙ୍କୁ ୬୦% ଆସନ ମିଳୁ । ସବୁ ବିଦ୍ୟାଳୟଗୁଡ଼ିକ ସରକାରୀ ବିଦ୍ୟାଳୟହେଲେ ସମସ୍ତେ ସମାନଶିକ୍ଷା ପାଇବେ ଘରୋଇ ବିଦ୍ୟାଳୟ ବନ୍ଦହେଉ । ଅହିଂସା ପ୍ରେମୀ ଅଥଚ ଯେତେବେଳେ ୧୯୬୨ରେ ଚୀନା ଭାରତ ଆକ୍ରମଣ କଲା, ସେ କହିଲେ ଦେଶରକ୍ଷା ପାଇଁ ଭାରତ ବମ୍ ପ୍ରସ୍ତୁକର । ଏହା ଅବଶ୍ୟ ଆମକୁ ଆଚମ୍ବିତ କଲା ଅଥଚ ଏହାହିଁ ଯୁଗନେଇ ଯଥାର୍ଥ ଥିଲା । ଏମିତି ଜଣେ ଦେଶ ମହାନାୟକଙ୍କର ମହାପାରାୟଣ ଘଟିଲା ୧୨ ଅକ୍ଟୋବର ୧୯୬୭ରେ । ସାରାଜୀବନ କଟିଲା ଅବିବାହିତରେ ଦେଶ ସେବାରେ ଏବଂ ମରଣ େବେଳ ଗଲେ ଜଣେ ଫକୀର ଭାବରେ କିଛି ବି ସଂପତ୍ତି ବା ବ୍ୟାଙ୍କ ମହଜୁଦ୍ ନଛାଡ଼ି ଅଥଚ ଆଜି ନେତାଏ କରୁଛନ୍ତି କ’ଣ ? ଆମେ ତାଙ୍କୁ ଭୁଲିବାର ନାହିଁ । ତାଙ୍କପାଇଁ ଅଶୁଝା ୠଣ ତଥାପି ମନେରଖିବା ସ୍ମୃତିରେ କରିଛୁ କିଛି ଅନୁଷ୍ଠାନ; ‘ଡ଼ ରାମମୋହନ ଲୋହିଆ ନ୍ୟାସନାଲ୍ ‘ଇଉନିଭରସିଟ୍, ଲକ୍ଷେ୍ମø’, ‘ଡ଼. ରାମମୋହନ ଲୋହିଆ ହସପିଟାଲ୍, ନିଉଦିଲ୍ଲୀ’, ‘ଡ଼. ରାମ ମୋହନ ମୋହିଆ ଇନ୍ଷ୍ଟିଟିଉଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ’, ‘ଡ. ରାମମୋହନ ଲ’ କଲେଜ, ବାଙ୍ଗାଲୋର ୟୁନିଭରସିଟ୍ ।’ ଏହା ସହିତ ‘୧୮ଜୁନ୍ ରୋଡ଼’ ପେଞ୍ଚମ, ଗୋଆକୁ ତାଙ୍କ ନାମରେ ନାମିତ ହୋଇଚି । ଦେଶ ବ୍ୟାପୀ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଛି । ଏହାବିତ ଯଥେଷ୍ଟ ନୁହେଁ, ତାଙ୍କ ଆଦର୍ଶ ଓ ନୀତିକୁ ଗ୍ରହଣ କରିପାରିଲେ, ତାହାହିଁ ହେବ ଯଥାର୍ଥ । ସେ ଆମର ଥାଆନ୍ତୁ । ତାଙ୍କ ଆଶୀର୍ବାଦ ଏ ଜାତିପ୍ରତି ଥାଉ । ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିକାଶ ନଗର,