ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକଲା ପାଟପୁର ପୋଲିସ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନର୍ଗତ ଆମ୍ବଗା ରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ l ମହିଳା ଜଣଙ୍କ ହେଲେ ଆମ୍ବଗା ଗ୍ରାମର ରାଜଧାନୀ ଡାକୁଆ (୨୮) l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ କହିଛି l ଅନ୍ୟ ପକ୍ଷରେ ରାଜଧାନୀ ମାନସିକ ଭାରସାମ୍ୟ ହରାଇ ଫ୍ୟାନ ରେ ଲୁଗା ଲଗାଇ ବେକ ରେ ଆତ୍ମହତ୍ୟା କରିଥିବା ଶଶୁର କହିଛନ୍ତି l ପ୍ରକାଶ ଯେ ଦିଗପହଣ୍ଡି ଥାନା ଅନ୍ତଗତ ନିମଖଣ୍ଡି ପେଣ୍ଠ ଗ୍ରାମର ରାଜଧାନୀ ଡାକୁଆ ୭ ବର୍ଷ ପୂର୍ବେ ପାଟପୁର ଥାନା ଆମ୍ବଗା ରେ ପ୍ରଭାତ ଡାକୁଆକୁ ବିବାହ କରିଥିଲେ l ଗତ ଦୁଇ ବର୍ଷ ପୂର୍ବେ ରାଜଧାନୀଙ୍କ ସ୍ୱାମୀ ସୁରତ ରେ ମୃତ ବରଣ କରିଥିବା ବେଳେ ସେ ତାଙ୍କ ପୁଅ କୁ ନେଇ ଶଶୁର ଘରେ ରହି ଆସୁଥିଲେ l ଶଶୁର ସବୁବେଳେ ରାଜଧାନୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ସହ ହତ୍ୟା କରିବା ପାଇଁ ଧମକ ଦେଇଆସୁଥିଲେ ଏନେଇ ରାଜଧାନୀ ତାଙ୍କ ବାପାଙ୍କୁ ଫୋନ କରି ଜଣାଉଥିବା ରାଜଧାନୀ ଙ୍କ ବାପା ସନ୍ତୋଷ ଡାକୁଆ ଜଣାଇଛନ୍ତି l ଶୁକ୍ରବାର ଭୋରୁ ରାଜଧାନୀ ଙ୍କ ମୃତ ଖବର ପାଇ ତାଙ୍କ ବାପା ସନ୍ତୋଷ ଡାକୁଆ ଝିଅ ର ମୃତ ଦେହ ଫ୍ୟାନ ରେ ଝୁଲନ୍ତା ଅବସ୍ଥାରେ ଦେଖି ପାଟପୁର ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ପୋଲିସ ଅପମୃତ ମାମଲା ନ ୦୨/୨୧ ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଏନେଇ ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି l


