ସ୍ୱର୍ଗତ ଦେବରାଜ ସାହୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଶ୍ରୀକାନ୍ତ ସାହୁ

ପୋଲସରା, (ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସୁମଣ୍ଡଳ ଗ୍ରାମରେ ବେଗୁନିଆପଡ଼ା ପଞ୍ଚାୟତ ସମିତିର ପୁର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଜାନୁଆରୀ ୨୦ ତାରିଖ ସକାଳେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଦୁଃଖଦ ଘଟଣା ଶୁଣିବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସ୍ବର୍ଗତ ଦେବରାଜ ସାହୁଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବିଧାୟକ ଶ୍ରୀ ସାହୁ ସ୍ବର୍ଗତ ସାହୁଙ୍କ ଦୁଇ ପୁଅଙ୍କ ସହ ଘଟଣା ବିଷୟରେ ଆଲୋଚନା କରି ଧର୍ଯ୍ୟ ଧାରିବାକୁ ଆଶ୍ୱସନା ଦେଇଥିଲେ। ଏଣେ ସ୍ବର୍ଗତ ସାହୁଙ୍କୁ ହତ୍ୟା କରିବାର ତିନିଦିନ ହୋଇଥିଲେ ମଧ୍ୟ ଆସାମୀକୁ ପୋଲିସ ଧରିବାରେ ସକ୍ଷମ ହୋଇ ପାରିନାହିଁ। ପୋଲିସ କେତେ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ ଆହୁରି ସୁଫଳ ମିଳିପାରିନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ