ବାଲିପଦରରେ “ସଡକ ସୁରକ୍ଷା ଜୀବନ ରକ୍ଷା” କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସଡକ ସୁରକ୍ଷା ଜୀବନ ରକ୍ଷା” କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସଚେତନତା ସଭା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ଓ ସମ୍ମାନୀତ ଅତିଥି ଭାବେ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ, ମେଡ଼ିକାଲ ପକ୍ଷରୁ ପ୍ରମୋଦ ଚନ୍ଦ୍ର ପାଢ଼ୀ,ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ସମାଜସେବୀ କୈଳାଶ ପ୍ରଧାନ ଓ ଖଲି ପରିଡା, ଅଧ୍ୟାପକ କାମେଶ୍ବର ବେହେରା ଯୋଗଦେଇ ଦେଇଥିଲେ। ବୁଗୁଡା ଥାନା ଓ ବାଲିପଦର ଫାଣ୍ଡି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଡକ ସୁରକ୍ଷା ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ବିଭିନ୍ନ ଟ୍ରାଫିକ ନିୟମ ବିଷୟରେ ମତ ଦେବାସହ ୧୮ ବର୍ଷ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ କରି ବାଇକ ଓ କାର ଚାଳନା ପାଇଁ ପରାମର୍ଶ ଦେଇଥିଲେ। ହେଲମେଟ ଓ ବେଲ୍ଟ ବ୍ୟବହାର କରି ଜୀବନ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ବୋଲି କହିଥିଲେ। ଶେଷରେ ଅଧ୍ୟାପକ ଦାମୋଦର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଆଇଆଇସି ଶ୍ରୀ ବେହେରା ଓ ଅଧ୍ୟକ୍ଷ ଡ଼ଃ ଶ୍ରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ରାଲେ ବାଲିପଦର ଫାଣ୍ଡିଠାରୁ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା। ବ୍ୟାନର ଓ ପ୍ଲାକ କାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇ ସଡକ ସୁରକ୍ଷା ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ମହାରଣା, ଉମା ଶଙ୍କର ନାୟକ, କେ.ମନୋଜ କୁମାର ଆଚାରୀ, ଅଧ୍ୟାପକ ସରୋଜକାନ୍ତ ଦାଶ, ଶିଶିର ନାୟକ, କିଶୋର ଚନ୍ଦ୍ର ପଣ୍ଡା, ସିମାଞ୍ଚଳ ଦାଶ, ପ୍ରଦ୍ୟୁମ୍ନ କୁମାର ପାଢୀ, ଅଧ୍ୟାପିକା ସ୍ମିତାରାଣୀ ସାହୁ, ସୁଜାତା କୁମାରୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ