ଆନ୍ତଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ; କନ୍ଧମାଳ ସିକ୍ସ ଚାମ୍ପିୟନ

ଜି. ଉଦୟଗିରି,(ଓ୍ବାଇଏନ୍ଏସ୍): ଜି. ଉଦୟଗିରି ନିକଟସ୍ଥ ରୁଦାଗିଂଆ ଠାରେ ଗ୍ରାମର ବିକାଶ ପରିଷଦ ଦ୍ୱାରା ଆୟୋଜିତ ଆନ୍ତଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗ୍ରାମାଞ୍ଚଳରେ କ୍ରୀଡା ର ବିକାଶ ସହିତ ଭାଇଚାରା ପ୍ରତିଷ୍ଠା କରିବା ଉଦ୍ଦେଶ୍ଯ ରେ ଆୟୋଜିତ ଏହି ପ୍ରତିଯୋଗୀତା ରେ ୨୪ ଦଳ ଭାଗ ନେଇଥିବା ବେଳେ ୧୩ ଦିନ ଧରି ଚାଲିଥଲା ଟୁର୍ଣ୍ଣାମେଣ୍ଟ । ଉଦଯାପନୀ ଦିବସର ଖେଳରେ ସୁଭମ୍ ସିକ୍ସ( ଟିକାବାଲି) ବନାମ କନ୍ଧମାଳ ସିକ୍ସ ମଧ୍ଯ ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କନ୍ଧମାଳ ସିକ୍ସ ଚାମ୍ପିୟନ ହୋଇଥିଲା । ଉଦଯାପନୀ ଦିବସ ର ଖେଳରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନକୁଂ ଉତ୍ସାହିତ କରିବା ସହ ଚାମ୍ପିୟନ ଦଳକୁ ଟ୍ରଫି ସହିତ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ । ରୁଦାଙ୍ଗିଆ ବିକାଶ ପରିଷଦ ର ସଭାପତି ରାଜୀବ ପ୍ରସାଦ, ଉପ ସଭାପତି ନିସିଦ କୁମାର ନାୟକ, ସଂପାଦକ ସୁନୀଲ ନାୟକ, ସହ ସଂପାଦକ ହେରଦ ନାୟକ, କୋଷାଧ୍ୟକ୍ଷ ବିଷ୍ଣୁ ପାଣି ନାୟକ ପ୍ରମୁଖ ପରିଚାଳନା ଦାଇତ୍ୱ ରେ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ