ନେତାଜୀ ଜୟନ୍ତୀ ରେ ରକ୍ତଦାନ ଶିବିର ଅନୁଷ୍ଠିତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବାପଞ୍ଚାୟତ ର ଅଡବା ଡାକ ବଙ୍ଗଳା ଠାରେ ନେତାଜୀ ଜୟନ୍ତୀ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା | ଏଥିରେ ଅଞ୍ଚଳର ୫୦ଜଣ ଯୁବକ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଦୀପକ ପ୍ରଜଳନକରିବା ସହ ନେତାଜୀ ଙ୍କ ଫୋଟ ରେ ପୁଷ୍ପାମାଲ୍ୟ ଦେଇଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଏବଂ ଜୀବନବିନ୍ଦୁ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ ଙ୍କ ସହଯୋଗ ରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ମାରୁତ ପାଳ, ଜିଲ୍ଲା ଉପସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ଦଣ୍ଡାସୀ ସାହୁ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ଜିଲ୍ଲା ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ, ବ୍ଲକ ଅଧକ୍ଷା ସୁଖୀ ଶବର, ବ୍ଲକ ଯୁବ ସଭାପତି ଲିଙ୍ଗରାଜ ପୂଜାରୀ, ଛାତ୍ର ସଭାପତି ଶୁଭଙ୍କର ଦତ୍ତ, ବରିଷ୍ଠ ନେତା ରାଜେନ୍ଦ୍ର ନାୟକ, ଜିଲ୍ଲା ଯୁବ , ସାଧାରଣ ସମ୍ପାଦକ ସନ୍ତୋଷ ବେହେରା ସମ୍ପାଦକ ଶିବରାମ ସାହୁ, ମୋଶା ମାଝୀ, ଜିଲ୍ଲା ଯୁବ ଉପସଭାପତି ଫିରୋଜ କୁମାର ପଟ୍ଟନାୟକ ଏବଂ ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ |


