ନେହୁରୁ ଯୁବ ସଂଘ ପକ୍ଷରୁ ସଫେଇ କାଯ୍ୟକ୍ରମ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଆଜି ନେହୁରୁ ଯୁବ କେନ୍ଦ୍ର ତରଫରୁ ତୁମ୍ବାଦଣ୍ଡି ପଲ୍ଲୀ ଗ୍ରାମରେ “ମା ଗ୍ରାମଦେବତୀ ଯୁବକ ସଙ୍ଘ”ସହାୟତାରେ ଏକ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଯୁବକ ସଙ୍ଘ ର ସଦସ୍ୟମାନେ ଗ୍ରାମ୍ୟ ରାସ୍ତା, ଗ୍ରାମ୍ୟ ସ୍କୁଲ ପରିସର ଏବଂ ଗ୍ରାମଦେବତୀ ମନ୍ଦିର ପରିସରକୁ ସଫା କରିଥିଲେ ଏବଂ ଗ୍ରାମବାସୀଙ୍କୁ ସଫା ରଖିବାକୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ଜେନା ଓ ଜାତୀୟ ଯୁବ ସ୍ବେଛାସେବୀ ତଥା ଟ୍ରୀ ଫାଉଣ୍ଡେସନ, ଶେରଗଡ଼ ର ସମ୍ପାଦକ ଉପସ୍ଥିତ ଥିଲେ ଏବଂ ଯୁବକ ସଙ୍ଘର ସେକ୍ରେଟାରୀ ସନ୍ତୋଷ କୁମାର ମଳିକଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ