ଶିକ୍ଷାକର୍ମୀଙ୍କ ବିୟୋଗରେ ଶୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷାକର୍ମଚାରୀ ଭାସ୍କର ଚନ୍ଦ୍ର ଗୋଚ୍ଛାୟତଙ୍କର ୮୯ବର୍ଷରେ ବିୟୋଗ ଘଟିଛି । ଏହି ଅବସରରେ ରାଜକିଶୋର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଶୋକ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ନନ୍ଦ, ପ୍ରଫୁଲ୍ଲ କୁମାର ସାହୁ, ଡାକ୍ତର ନିରଞ୍ଜନ ଓଝା, ଏବିଓ ପୁରୁଷୋତ୍ତମ ଧଳ, ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ସ୍ୱାଇଁ, ଅର୍ଜୁନ ଦତ୍ତ , ଜିତେନ୍ଦ୍ର ସାହୁ, ନାରାୟଣ ସ୍ୱାଇଁ, ହିମାଂଶୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଗୋଚ୍ଛାୟତଙ୍କ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ ।


