କାନ୍ଦି ପକାଇଲେ ରଣବୀର

ଫିଲ୍ମ ର ନାଁ ରଖାଯାଇଛି “୮୩’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ୍ । ୟା ଭିତରେ ଫିଲ୍ମଟିର ଶୁଟିଂ ଶେଷ ହୋଇଯାଇଛି । ଏ ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ରଣବୀର ସିଂହ । ସେ କପିଲ୍ ଦେବ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଆପଣମାନେ ତ ଜାଣିଥିବେ ୧୯୮୩ର ବିଶ୍ୱକପ୍ ବିଜୟୀ ଟିମରେ କପିଲ୍ ଅଧିନାୟକ ଥିଲେ । କପିଲ୍‌ଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ବେଶ୍ ପରିଶ୍ରମ କରିଛନ୍ତି । ଏଥିପାଇଁ କିଛି ଦିନ ସେ କପିଲ୍‌ଙ୍କ ସହିତ ବି ବିତାଇଥିଲେ । ଖାସ୍ କରି ଏହି ମହାନ୍ କ୍ରିକେଟରଙ୍କ ଷ୍ଟାଇଲ୍ ଓ ଚାଲିଚଳଣି ବିଷୟରେ ଜାଣିବା ପାଇଁ ରଣବୀର ତାଙ୍କ ସହିତ କିଛି ଦିନ କାଟିଥିଲେ । ଏମିତିକି ଧର୍ମଶାଳା ଷ୍ଟାଡିୟମରେ କପିଲ୍ ତାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ । ଫିଲ୍ମଟିରେ ରଣବୀର ଏତେ ମାତ୍ରାରେ ମାତି ଯାଇଥିଲେ ଯେ ଶେଷ ସିନ୍ ବେଳେ ସେ କାନ୍ଦି ପକାଇଥିଲେ । ନିର୍ଦ୍ଦେଶକ କବୀର ଖାନ୍ ଏ କଥା କହିଛନ୍ତି । କବୀର କହିଛନ୍ତି ଯେ ସେଦିନ ଲଣ୍ଡନର ଲର୍ଡସ୍ ଷ୍ଟାଡିୟମରେ ଶେଷ ସିନର ଶୁଟିଂ ହେଉଥାଏ । ବିଶ୍ୱବିଜୟୀ ଟିମର ଅଧିନାୟକ ଭାବେ ରଣବୀରଙ୍କ ହାତରେ ଥାଏ ବିଶ୍ୱକପ୍ । ସିନ୍ର ଶୁଟିଂ ଯାଜନା ଅନୁଯାୟୀ ସମାପ୍ତ ହେବା ପରେ ସେ କଟ୍ କହିଥିଲେ । ଆଉ ଏହା ଶୁଣି ରଣବୀର କାନ୍ଦି ପକାଇଥିଲେ । କବୀରଙ୍କ କହିବା ଅନୁଯାୟୀ, ଲଡର୍ସ ଷ୍ଟାଡିୟମରେ ୫ ଦିନ ଏ ଫିଲ୍ମର ଶୁଟିଂ କରାଯାଇଥିଲା । ଷ୍ଟାଡିୟମ୍କୁ ଅବିକଳ ସେହିଭଳି କରିବା ପାଇଁ ଚେଷ୍ଟା କରାଯାଇଥିଲା ଯେମିତି ଏହା ୧୯୮୩ରେ ଦେଖା ଯାଉଥିଲା । ସେହିଭଳି ରଣବୀରଙ୍କ ହାତକୁ ଫିଲ୍ମରେ ଯେଉଁ ବିଶ୍ୱକପ୍ ବଢ଼ାଇ ଦିଆଯାଇଛି, ତାହା ବି ଅରିଜିନାଲ୍ । ଅର୍ଥାତ୍ ଟିମ୍ ଇଣ୍ଡିଆର ପ୍ରଥମ ବିଶ୍ୱକପକୁ ମଧ୍ୟ ଫିଲ୍ମରେ ଦେଖାଯାଇଛି । ସୂଚନାଯାଗ୍ୟ, ଏଇ ଫିଲ୍ମରେ ରଣବୀରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍ ବି ଅଛନ୍ତି । ସେ କପିଲ୍ ଦେବ୍‌ଙ୍କ ପତ୍ନୀ ରାମି ଦେବ୍ ଭୂମିକାରେ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ