ଦେବେନ୍ଦ୍ର ଫଡ଼ନାବିସଙ୍କୁ ଭୋଟ୍ ଦେବାର ସମୟ ଆସିଛି: ମୋଦି

ନୂଆଦିଲ୍ଲୀ: ରାଜ୍ୟରେ ଆସୁଥିବା ବିଧାନସଭା ନିର୍ବାଚନରେ ପୁଣି ଦେବେନ୍ଦ୍ର ଫଡ଼ନାବିସଙ୍କ ସରକାରଙ୍କୁ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜଲଗାଓଁ ଠାରେ ଆୟୋଜିତ ଗୋଟାଏ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ଚାରି ମାସ ତଳେ ଆପଣମାନେ ନୂଆ ଭାରତ ଲାଗି ଭୋଟ୍ ଦେଇଥିଲେ । ବିଶ୍ୱ ଭାରତର ନବ ଉତ୍ସାହ ଦେଖୁଛି । ଆପଣମାନଙ୍କର ଭୋଟ୍ ଭାରତର ଗଣତନ୍ତ୍ରକୁ ସୁଶୋଭିତ କରିଛି । ମୋଦୀ ଯୋଗୁଁ ଭାରତର ଉତ୍ସାହ ବଢ଼ିନାହିଁ, ବଢ଼ିଛି ଆପଣମାନଙ୍କର ଖଣ୍ଡିଏ ଭୋଟ୍ ପାଇଁ । ପ୍ରଧାନମନ୍ତ୍ରୀ କହିଲେ ଯେ ନୂଆ ଭାରତ ଅତୀତର ଅଯଥା ବନ୍ଧନରେ ବାନ୍ଧି ହେବାକୁ ଚାହୁଁ ନାହିଁ । ମହାରାଷ୍ଟ୍ର ରାଜ୍ୟରେ ଅକ୍ଟୋବର ୨୧ ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ । ଅକ୍ଟୋବର ୨୪ ତାରିଖ ଦିନ ଭୋଟ୍ ଗଣନା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ