ପାହାଡି ତରଙ୍ଗ ତରଫରୁ ନେତାଜୀ ଜୟନ୍ତୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ପାହାଡି ତରଙ୍ଗ କଳା ଏବଂ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ “ସମବେତ ଭାବେ ଗାନ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି କୌଶିକ ସାହୁ ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଉକ୍ତ ଜୟନ୍ତୀ ସମାରୋହରେ ଅନୁଷ୍ଠାନର ସଭାପତି କୌଶିକ ସାହୁ ସଭାପତିତ୍ବ କରିଥିଲେ ଏବଂ ଅନୁଷ୍ଠାନରେ କର୍ମ କର୍ତ୍ତା ମlନେ ଯୋଗଦେଇ ନେତାଜୀଙ୍କ ଜୀବନୀ ସମ୍ୱନ୍ଧରେ ଆଲୋଚନା କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଅବଦାନ ଭାରତୀୟ ସୈନ୍ୟ ବାହିନୀ ବା ଆର.ଏନ.ଏ ଗଠନ କରି ଇଂରେଜ ସରକାରଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ l ସେ ସମ୍ପର୍କରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଏଥିରେ ଅନୁଷ୍ଠାନର ଉପଦେଷ୍ଟା ରାମଚନ୍ଦ୍ର ଡାକୁଆ ,କର୍ମକର୍ତ୍ତା ମିହିରକାନ୍ତ ପାଢ଼ୀ, ଦେବବ୍ରତ ସିଂଦେଓ , ଚରଣ ବିନ୍ଧାଣି,ଗୋପାଳ କୃଷ୍ଣ ନାୟକ, ବିଶ୍ବଜିତ ସାହୁ, ସରୋଜ କୁମାର ନାୟକ, ମନୋଜ କୁମାର ନାୟକ, ଆନନ୍ଦେଶ୍ୱର ବେହେରଦଳlଇ, ରୋହିତ ନାୟକ ଏବଂ ପବିତ୍ର ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ବୈଠକକୁ ଅନୁଷ୍ଠାନର ସମ୍ପାଦକ କେଦାର ନାଥ ନାୟକ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ