ଆଜି ବଲିଉଡର ପ୍ରଥମ ସୁପରଷ୍ଟାର ଅଶୋକ କୁମାରଙ୍କ ଜନ୍ମଦିନ

ନିଜର ଅଭିନୟର ଯାଦୁରେ ହିନ୍ଦୀ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡର ପ୍ରଥମ ସୁପରଷ୍ଟାର ଅଶୋକ କୁମାରଙ୍କ ଆଜି ଜନ୍ମଦିନ । ତେବେ ଆସନ୍ତୁ ଜାଣିବା ଅଶୋକ କୁମାରଙ୍କ ସଂପର୍କରେ କିଛି ତଥ୍ୟ –
– ହିନ୍ଦୀ ସିନେମା ଜଗତର ଦାଦା ମୁନୀ ଭାବେ ପରିଚିତ ଅଶୋକ କୁମାର ୧୯୧୧ ମସିହା ଅକ୍ଟୋବର ୧୩ ତାରିଖରେ ବିହାରର ଭାଗଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା କୁଞ୍ଜ ଲାଲ ଗାଙ୍ଗୁଲି ଜଣେ ଓକିଲ ଥିବାବେଳେ ତାଙ୍କ ମା ଗୌରୀ ଦେବି ଜଣେ ଧର୍ମପରାୟଣା ମହିଳା ଥିଲେ ।
– ଅଶୋକଙ୍କ ପିଲାଦିନର ନାମ କୁମୁଦ ଗାଙ୍ଗୁଲି ଥିଲା କିନ୍ତୁ ବଲିଉଡରେ ଏଣ୍ଟ୍ରି କରିବାପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇ ଅଶୋକ କୁମାର ରଖାଯାଇଥିଲା ।
-ଅଶୋକ କୁମାର କଲିକତା ବିଶ୍ୱବିଦ୍ୟାଳୟର ପ୍ରେସିଡେନ୍ସି କଲେଜରେ ଶିକ୍ଷା ଲାଭ କରିଥିଲେ । ତାଙ୍କୁ ଫିଲ୍ମରେ କଳାକାର ଭାବେ କାମକରିବାକୁ ଚାହୁଁନଥିଲେ ବରଂ ସେ ଫିଲ୍ମରେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରିବାକୁ ଚାହୁଁଥିଲେ ।
– ଅଶୋକ କୁମାରଙ୍କ ଭିଣୋଇ ଶଶଧର ମୁଖାର୍ଜୀ ମୁମ୍ବାଇରେ ଫିଲ୍ମରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ଅଶୋକକୁମାର ଫିଲ୍ମରେ ଟେକ୍ନିସିଆନ ଭାବେ କିଛିଦିନ କାମ କରିଥିଲେ ।
– ୧୯୪୩ ମସିହାରେ ଫିଲ୍ମ କିସ୍ମତ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିଲେ ।
– ତାଙ୍କର ଅଭିନୀତ ଫିଲ୍ମ ମଧ୍ୟରେ ହାୱାଡା ବ୍ରିଜ, ଅଛୁତ କନ୍ୟା, ଆଖୋଁ ମେଁ ତୁମ ହୋ, ପୁରବ ଔର ପଶ୍ଚିମ,ବାନ୍ଦିନୀ ô, କିସ୍ମତ ଆଦି ଅନ୍ୟତମ ।
-ଦାଦାମୁନୀ ନିଜର ଜନ୍ମଦିନ ପାଳନ କରୁନଥିଲେ , କାରଣ ତାଙ୍କର ୧୯୮୭ ଜନ୍ମଦିନରେ ତାଙ୍କ ସାନ ଭାଇ କିଶୋର କୁମାର ମୃତ୍ୟୁବରଣ କରିଥିଲେ ।
– ୨୦୦୧ ମସିହା ଡିସମ୍ବେର ମସିହାରେ ଅଶୋକ କୁମାରଙ୍କ ହୃଦାଘାତରେ ମୃତ୍ୟୁବରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ