ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ
ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ । ସେ ବଲିଉଡ୍ ସିନେମାରେ ମଧ୍ୟ କାମ କରିସାରିଛନ୍ତି । ବିଗତ କିଛି ଦିନ ହେବ ଶ୍ରୁତି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ଶ୍ରୁତି ଏମିତି କିଛି କହିଛନ୍ତି, ଯାହା ଶୁଣି ସିନେପ୍ରେମୀ ତଥା ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହାଇଯାଇଛନ୍ତି । ଏକଦା ଶ୍ରୁତିଙ୍କର ମଦ ପିଇବା ଅଭ୍ୟାସରେ ପରିଣତ ହାଇଥିଲା । ଏହାର ପ୍ରଭାବ ତାଙ୍କ ଅଭିନୟ କ୍ୟାରିୟର ଉପରେ ମଧ୍ୟ ପଡିଥିଲା । ଏତେ ମାତ୍ରାରେ ମଦ ପିଉଥିଲେ ଯେ, ଅସୁସ୍ଥ ହାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ତେଣୁ ସେ କିଛି ଦିନ ପର୍ଯ୍ୟନ୍ତ ଅଭିନୟରୁ ଦୂରେଇ ଯାଇଥିଲେ । ଗତ ବର୍ଷଠାରୁ ସେ ସମ୍ପୂର୍ଣ୍ଣଭାବେ ମଦଠାରୁ ଦୂରେଇ ଅଛନ୍ତି । ମଦକୁ ଛୁଇଁ ନ ଥିବା ଶ୍ରୁତି କହିଛନ୍ତି ।


