ନଦିଆରେ ରାଜନୈତିକ ହିଂସା ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା: ନଦିଆ ଜିଲ୍ଲାରେ ଜଣେ ୫୫ ବର୍ଷିୟ ସ୍ଥାନୀୟ ବିଜେପି ନେତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛନ୍ତି । ପୁଲିସ କହିବା ଅନୁସାରେ, ଘଟଣାଟି ଶୁକ୍ରବାର ରାତିରେ ଘଟିଛି । ତେଜରାତି ଦୋକାନ କରିଥିବା ସେ ବିଜେପି ନେତା ହରଲା ଦେବନାଥ ଦୋକାନ କାମ ସାରି ପଦାକୁ ବାହାରିଥିଲେ । ଠିକ୍ ସେ ଦୋକାନ ବନ୍ଦ କରିବାକୁ ଯାଉଥିବା ବେଳେ ସ୍ନାକ୍ସ୍ ଖରିଦ କରିବାକୁ ଦୁଇ ଜଣ ଲୋକ ଆସି ପହଞ୍ଚିଥିଲେ । ବିଜେପି ଜିଲ୍ଲା ପ୍ରତିନିଧି ଡକ୍ଟର ମାନବେନ୍ଦ୍ର ରାୟ କହିଛନ୍ତି: ଦେବନାଥ ତାଙ୍କୁ ସ୍ନାକ୍ସ୍ ପ୍ୟାକେଟ୍ ଦେଇ ପଦାକୁ ଆସିବା କ୍ଷଣି ଦୁହେଁ ରିଭଲଭରଟାଏ କାଢ଼ି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ମାର ବିଶ୍ୱାସ ଏଥିରେ ତୃଣମୂଳ କଂଗ୍ରେସ ସମ୍ପୃକ୍ତ ।
ସ୍ଥାନୀୟ ଲୋକମାନେ ଦେବନାଥଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ, ଚିକତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୋଷୀମାନଙ୍କୁ ଖୋଜିବା ଏବଂ ଅପରାଧର ଉଦ୍ଦେଶ୍ୟ ଜାଣିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଥିବା କଥା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ