ମାନବ ସେବା ସଙ୍ଗଠନ ପରିବାରକୁ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକସ୍ଥିତ ମାନବ ସେବା ସଙ୍ଗଠନ ପରିବାରକୁ ଯାଜପୁରସ୍ଥିତ କପିଳେଶ୍ୱର ୟୁଥ୍ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମାନବ ସେବା ସଙ୍ଗଠନର ସଭାପତି ସମ୍ବିତ୍ କୁମାର ଜେନା, ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ଯୁଗ୍ମ ସହ ସମ୍ପାଦକ ଚିତ୍ତରଞ୍ଜନ ସାହୁ, ସଭ୍ୟ ପାର୍ଥସାରଥୀ ଦାସ, ପ୍ରକାଶ ଦାସ, ସୌମ୍ୟ ରଞ୍ଜନ ଜେନା, ଭାଗବତ ଦାସ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ । ସଙ୍ଗଠନର ସେବା କାର୍ଯ୍ୟକୁ ଆଗକୁ ଆହୁରି ବ୍ୟାପକ କରାଯିବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି ।